ରଘୁନାଥ ବିଦ୍ୟାଳୟର ପୂର୍ଣ୍ଣ ସଫଳତା


ବୈଶିଙ୍ଗା: ରଘୁନାଥ ଉଚ୍ଚ ବିଦ୍ୟାଳୟ ରାଇକମାକୁ ଚଳିତ ବର୍ଷ ବାର୍ଷିକ ବୋର୍ଡ ପରୀକ୍ଷାରେ ପୂର୍ଣ୍ଣ ସଫଳତା ମିଳିପାରିଛି ।  ବିଦ୍ୟାଳୟର ୯୨ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩ଜଣ ଏ -୧, ରେ ୧୧ଜଣ ଏ -୨ରେ, ୨୦ ଜଣ ବି -୧, ରେ ୩୪ଜଣ ବି -୨, ରେ ୧୮ଜଣ ସି, ରେ ୫ଜଣ ଡି, ରେ ୧ଜଣ -ଇ ଗ୍ରେଡରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣଛନ୍ତି ।  ଶ୍ରୀମାନ ଲଲାଟେନ୍ଦୁ ମହାନ୍ତ -୫୫୬, ଓମ୍ ପ୍ରକାଶ ପୃଷ୍ଟି - ୫୫୨ ଓ କ୍ରିଶ ଗୁପ୍ତା -୫୪୯ ନମ୍ବର ରଖି ଏ -୧ ଗ୍ରେଡ ପାଇଛନ୍ତି । ଛାତ୍ରଛାତ୍ରୀମାନଙ୍କ ଏହି ସଫଳତା ପାଇଁ  ପରିଚାଳନା କମିଟି ସଭାପତି ସମସ୍ତ ସଦସ୍ୟ, ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ବହୁ ଶିକ୍ଷା ପ୍ରେମୀ ଅଭିନନ୍ଦନ ଜଣାଇଛନ୍ତି ।