ସାତକୋଶିଆରେ ପର୍ଯ୍ୟଟକଙ୍କ ଉପରେ କଟକଣା : କୁମ୍ଭୀର ଓ ପକ୍ଷୀ ଗଣନା ଆରମ୍ଭ

ସାତକୋଶିଆରେ ପର୍ଯ୍ୟଟକଙ୍କ ଉପରେ କଟକଣା : କୁମ୍ଭୀର ଓ ପକ୍ଷୀ ଗଣନା ଆରମ୍ଭ

ସାତକୋଶିଆରେ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କୁ ବାରଣ । କୁମ୍ଭୀର ଗଣନା ପାଇଁ ୫ତାରିଖ ଅପରାହ୍ଣରୁ ୯ ତାରିଖ  ସକାଳ ପର୍ଯ୍ୟନ୍ତ ଏବଂ ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ । ନଦୀରେ ମାଛ ଧରିବା ପାଇଁ ମସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି । ସାତକୋଶିଆର ମହାନଦୀରେ କୁମ୍ଭୀର ଗଣନା ପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ କରିବାକୁ ଯୋଜନା ରହିଛି । ସୂଚାରୁରୂପେ ବିନା ବାଧାବିଘ୍ନରେ ଗଣନା କାର୍ୟ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି କର୍ତ୍ତୃପକ୍ଷ । ପର୍ଯ୍ୟଟକଙ୍କୁ ମହାନଦୀରେ ବୋଟିଂ ପାଇଁ ବାରଣ କରାଯାଇଥିବା ଊୠଙ ସୂଚନା ଦେଇଛନ୍ତି ।