ବ୍ଲକ ସମୀକ୍ଷା ବୈଠକ

 ଟାଙ୍ଗୀ-ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକର ସମୀକ୍ଷା ବୈଠକ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ବିଶେଷ କରି ବିଏସ୍ୱାଇ କାର୍ଡ ଓ ଆୟୁଷ୍ମାନ କାର୍ଡ ଉପରେ ଆଲୋଚନା ହୋଇଥିଲେ ସୁଦ୍ଧା ଏହାର ସଠିକ ତଥ୍ୟ ଅଧିକାରୀ ଦେଇପାରିନଥିଲେ କି ତାଙ୍କ ନିକଟରେ ତଥ୍ୟ ନଥିଲା । ଯାହାକି ସମସ୍ତଙ୍କୁ ଆଶ୍ଚଯ୍ୟ କରିଥିଲା । ଶିକ୍ଷା, କୃଷି, ପିଇବା ପାଣିର ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ସୁଭଦ୍ରା ଯୋଜନାରେ ବହୁ ମହିଳା ପାଇନାହାନ୍ତି ଏହା ଉପରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ, ଏ.ବିଡ଼ିଓ ସ୍ୱାଶତଃ ଜେନା, ଏସ. କେ ସାହାଜାହାନ, ତୀର୍ଥ ଆନନ୍ଦ ସୁବୁଦ୍ଧିରାୟଙ୍କ ସମେତ ବହୁ ସରପଞ୍ଚ ଉପସ୍ଥିତ ଥିଲେ ।