ତାମିଲନାଡୁରେ ମଦ ଦୁର୍ନୀତି ଝଡ଼

 ତାମିଲନାଡୁ ପ୍ରଦେଶ ବିଜେପିର ବରିଷ୍ଠ ନେତା ପୁଲିସ ହାଜତରେ । ଟିଏଏସଏମଏସି ଦୁର୍ନୀତି ମାମଲାରେ ବିଜେପି ନେତା ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ପୁଲିସ ସେମାନଙ୍କୁ ହାଜତକୁ ନେଇଥିବା ଜଣାପଡିଛି । ପ୍ରଦେଶ ଅଧ୍ୟକ୍ଷ ଆନ୍ନାମଲାଇ, ବରିଷ୍ଠ ନେତ୍ରୀ ତାମିଲସାଇଙ୍କ ସମେତ ଅନେକ ନେତା ପୁଲିସ ହାଜତରେ ଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ମଦ ଦୁର୍ନୀତି ମାମଲାରେ ଏକ ହଜାର କୋଟିରୁ ଅଧିକ ଟଙ୍କା ଦୁର୍ନୀତି ଅଭିଯୋଗ ରହିଛି । ତାମିଲନାଡୁ ମନ୍ତ୍ରୀ ସାନ୍‌ଥିଲ୍‌ ବାଲାଜୀ ଇଡିର ଅଭିଯୋଗକୁ ଭିତ୍ତିହୀନ କହି ତାମିଲନାଡୁ ସରକାରଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ଏଇଠି କହି ରଖୁଛୁ ତାସମାକ ମାନେ ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ ଲିମିଟେଡ ମାଧ୍ୟମରେ ତାମିଲନାଡୁ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ରହିଛି । ଲାଇସେନ୍ସ ଦେବା ସମୟରେ କୋଟି କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ କରୁଛି ଇଡି ।