ରୋଗୀ ଛାଡ଼ି ଫେରୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ
 
                                ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ମୃତ, ଦୁଇ ଆହତ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ରଥିଆ ନିକଟରେ ଅଘଟଣ । ରୋଗୀ ଛାଡି ଫେରୁଥିବା ଆମ୍ବୁଲାନ୍ସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଗାଡିର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଆଟେଣ୍ଡାଣ୍ଟ ବଉଲାଙ୍ଗ ମଧୁପୁର ଅଞ୍ଚଳର ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ ହୋଇଛି ।ମୃତଦେହ ଧର୍ମଶାଳା ଚିକିତ୍ସାଳୟରେ ଥିବା ବେଳେ ଡ୍ରାଇଭର କୈଳାସ ପଣ୍ଡା ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦଶରଥପୁରର ଏହି ୧୦୮ ଗାଡ଼ି ଦିନରେ ୬ଟି ରୋଗୀ ସେବା ଦେବା ପରେ ସନ୍ଧ୍ୟାରେ ରୋଗୀକୁ କଟକରେ ଛାଡି ଫେରିଲା ବେଳେ ଦୁର୍ଘଟଣା ଘଟିଛି । ତେବେ ଡ୍ରାଇଭରମାନଙ୍କୁ ବିଶ୍ରାମ ପାଇଁ ସମୟ ମିଳୁନଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ କର୍ମଚାରୀମାନଙ୍କୁ ଶ୍ରମ ନିୟମାନୁସାରେ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ଦାବି ହୋଇଛି ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
