ଟାଟାଷ୍ଟିଲ ୟାଟ୍ସ ବିଜେତାଙ୍କ ଇସ୍ରୋ ପରିଭ୍ରମଣ

ଭୁବନେଶ୍ୱର : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଭ୍ରମଣରେ ଯିବେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୩୦ ଛାତ୍ରଛାତ୍ରୀ  । ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ଭାଗନେଇ କୃତି ଛାତ୍ରଛାତ୍ରୀ ମାନେ ଏଥିରେ ଯିବାର ସୁଯୋଗ ପାଇଛନ୍ତି  । ଟାଟାଷ୍ଟିଲ ଓ ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଅନୁସ୍ଥିତ ଏହି ଅନ୍ୱେଷଣ କାର୍ଯ୍ୟକ୍ରମ ଶୁକ୍ରବାର ପାଥାଣିସାମନ୍ତ ପ୍ଲାନିଟରିୟମରେ ଉଦଘାଟିତ ହୋଇଯାଇଛି  । ଉଦଘାଟନ ଉତ୍ସବରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ଏବଂ ପଠାଣିସାମନ୍ତ ପ୍ଲାନେଟାରିୟମ୍ର ଅଧ୍ୟକ୍ଷା ଚିତ୍ରା ଆରୁମୁଗମ  । ପଠାଣିସାମନ୍ତ ପ୍ଲାନେଟାରିୟମ୍ର ନିଦେ୍ର୍ଦଶକ ଓ ଓଡିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ଉପସଚିବ ଉର୍ମି ପ୍ରଭା ମହାରଣା ଏବଂ ଟାଟାଷ୍ଟିଲ୍ର କର୍ପୋରେଟ୍ କମୁ୍ୟନିକେସନ୍ସ ଚିଫ୍ ସର୍ବଶ କୁମାର ଉପସ୍ଥିତରହି ଭ୍ରମଣକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ  । ଟାଟା ଷ୍ଟିଲର ଏହି କାର୍ଯ୍ୟକ୍ରମରେ ୟାଟ୍ସ ୧୮ ତମ ସଂସ୍କରଣରେ ଉତ୍ତିନ୍ନ ୩୦ ଛାତ୍ରଛାତ୍ରୀଙ୍କୁ ପରିଭ୍ରମଣ ପାଇଁ ପଠାଯାଇଛି  । ଏହିଯାତ୍ରା ମେ’୨୪ ରୁ ୨୮ତାରିଖ ପର୍ଯ୍ୟନ୍ତହେବ ।ରାଜ୍ୟର ୭୧୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜୟୀ ହୋଇଥିବା ୩୦ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ଚିତ୍ରା ଆରୁ ମୁଗମ କହିଛନ୍ତି ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ପିଲା ପ୍ରତିଯୋଗୀତାରେ ବିଜୟୀ ହୋଇ ଇସ୍ରୋ ଯାଉଛନ୍ତି । ଟାଟା ଷ୍ଟିଲ ଓ ପଠାଣି ସାମନ୍ତ ପ୍ଲାନେଟାରିୟମର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ କେବଳ ପଠାଣି ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ହେବାର ସ୍ୱପ୍ନ ଉଜାଗର କରିବ । ଭବିଷ୍ୟତରେ ସୁନିତା ୱିଲିୟମସଙ୍କ ଭଳି ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଥିବା ପିଲାମାନଙ୍କ ସ୍ୱପ୍ନରେ ଉଡାଣ ଭରିବାକୁ ଏହି କାର୍ଯ୍ୟକ୍ରମ ବେଶ୍ ପ୍ରେରଣାଦାୟକ ହେବ ବୋଲି ସୂଚନା ଦେଇଛନ୍ତି  । ଟାଟାଷ୍ଟିଲ୍ର କର୍ପୋରେଟ୍ କମୁ୍ୟନିକେସନର ଚିଫ୍ ସର୍ବଶ କୁମାର କହିଛନ୍ତି ଆମେ ଭବିଷ୍ୟତର ବିଜ୍ଞାନୀ ମାନଙ୍କୁ ପ୍ରେରଣା ଦେବା ଏବଂ ସଶକ୍ତ କରିବା ପାଇଁ ପ୍ଲାଟଫର୍ମ ସୃଷ୍ଟି କରିବାରେ ବିଶ୍ୱାସକରୁ  । ଛାତ୍ରଛାତ୍ରୀ ମାନେ ନିଜ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଏବଂ ଟାଟା ଷ୍ଟିଲ୍ ଓ ପଠାଣିସାମନ୍ତ ପ୍ଲାନେଟାରିୟମ୍ର ଅଧିକାରୀ ମାନଙ୍କ ସହିତ ଭାରତର ପ୍ରମୁଖ ମହାକାଶ ଗବେଷଣା ପ୍ରତିଷ୍ଠାନ ଆଇଏସ୍ଟିଆର୍ ଏସିଓୟୁଆର୍ଏସ୍ସି ପରିଦର୍ଶନ କରିବେ ।