ଟିମ୍ ଅର୍ବାନର ପ୍ରଭାବୀ କାର୍ଯ୍ୟକଳାପ 

 ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ‘ଦାନା’ ବାତ୍ୟାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ‘ଟିମ୍ ଅର୍ବାନ୍’ର ପ୍ରଭାବୀ କାର୍ଯ୍ୟକଳାପ ଓ ପ୍ରତିରୋଧୀ ପଦକ୍ଷେପ ଫଳପ୍ରଦ ହୋଇଛି  । ବିଭାଗୀୟ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦିଗ୍ଦର୍ଶନରେ ‘ଟିମ୍ ଅର୍ବାନ୍’ ବିଭିନ୍ନ ପ୍ରସ୍ତୁତିରେ ସଫଳ ହୋଇଥିବାବେଳେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ନେତୃତ୍ୱରେ ଶୂନ୍ୟ ମୃତାହତକୁ ସୁନିଶ୍ଚିତ କରିପାରିଛି  । ଭାରତୀୟ ପାଣିପାଗ ସଂସ୍ଥାର ବାତ୍ୟା ସୂଚନା ପାଇବା ପରେ ପରେ ବିଭିନ୍ନ ମୁନିସିପାଲ କମିଶନର ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକର ନିର୍ବାହୀ ଅଧିକାରୀମାନେ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳଗୁଡିକରେ ସମନ୍ୱିତ ଭାବରେ କାର୍ଯ୍ୟ ଆରମ୍ଭ କରିଦେଇଥିଲେ  । ଦକ୍ଷତାର ସହିତ ଲୋକମାନଙ୍କ ସୁରକ୍ଷା ତଥା ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଓ ସରକାରୀ ମାର୍ଗଦର୍ଶିକା ଅନୁସାରେ ଅଧିକାରୀମାନେ କାର୍ଯ୍ୟ ପରିଚାଳନା କରିଥିଲେ  । ଅଧିକାରୀମାନେ ବୃଦ୍ଧ, ଭିନ୍ନକ୍ଷମ ଓ ପିଲାମାନଙ୍କ ସହିତ ପରିବାର ସମେତ ଅସୁରକ୍ଷିତ ଗୋଷ୍ଠୀର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ନିରାପଦ, ସୁବିଧାଜନକ ସ୍ଥାନାନ୍ତରଣ ମାର୍ଗ ଏବଂ ଆଶ୍ରୟସ୍ଥଳର ଆୟୋଜନ କରିଥିଲେ । ଆଶ୍ରୟସ୍ଥଳଗୁଡିକରେ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଓ ଚିକିସôା ସାମଗ୍ରୀ ଇତ୍ୟାଦିର ବ୍ୟବସ୍ଥା ଫଳରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କର କୌଣସି ସମସ୍ୟା ସୃଷ୍ଟି ହୋଇନଥିଲା  । ବାତ୍ୟା ପରେ ‘ଟିମ୍ ଅର୍ବାନ୍’ ସଫେଇ ଅଭିଯାନକୁ ତ୍ୱରାନ୍ୱିତ କରି ମୌଳିକ ସୁବିଧାସୁଯୋଗ ଫେରାଇ ଆଣିଥିଲେ ଏବଂ ଭିତ୍ତିଭୂମିଗତ କ୍ଷୟକ୍ଷତିର ଆକଳନ କରିଥିଲେ  । ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବାରେ ସେମାନଙ୍କ ଉଦ୍ୟମ ସଫଳ ହୋଇଥିଲା  ।