କପିଳାସ ପୀଠ ସମ୍ପର୍କରେ ଜାଣନ୍ତୁ
ଢେଙ୍କାନାଳ ସହରଠାରୁ ଉତ୍ତର ପୁର୍ବ କୋଣରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ କପିଳାସ । ଏଠାରେ ବିରାଜମାନ ହୋଇଛନ୍ତି ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବ । ମନ୍ଦରର ଉଚ୍ଚତା ପ୍ରାୟ ୬୦ଫୁଟ ଓ ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୨୨୩୯ ଫୁଟ ।ଏହି ମନ୍ଦିରକୁ ଯିବା ପାଇଁ ୧୩୫୨ ପାହାଚ ବିଶିଷ୍ଟ ରାସ୍ତା ସହ ଯାନବାହନ ଯାତାୟତ ଲାଗି ୬କି.ମି ବାରବାଙ୍କ ରାସ୍ତା ବି ରହିଛି । ପୁରୀର ଗଙ୍କବଂଶୀ ରାଜା ପ୍ରଥମ ନରସିଂହ ଦେବଙ୍କ ଦ୍ୱାରା ୧୨୪୬ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିର ନିର୍ମାଣ ହୋଇଥିବାର ଶିଳାଲିପିରୁ ଜଣାପଡିଛି । ଏହାର ମୁଖ୍ୟ ମନ୍ଦିରର ପୂର୍ବ ଦିଗରେ ରହିଛଇ ୮୦ଫୁଟର ନାରାୟଣ ମୂର୍ତ୍ତି । ନାରାୟଣଙ୍କ ପାଦତଳୁ ଗୋଟିଏ ଝରଣା ମଧ୍ୟ ପ୍ରବାହିତ ହେଉଛି । । ଭୁବନେଶ୍ୱରଠାରୁ ଢେଙ୍କାନାଳ ଦେଇ କପିଳାସର ଦୂରତା ପ୍ରାୟ ୧୧୬ କିଲୋମିଟର ।