ଦାମୀ କାରରେ ଆସି ଛେଳି ଚୋରି

ଦାମୀ କାରରେ ଆସୁଥିଲେ, ଛେଳି ଚୋରି କରି ଚମ୍ପଟ ମାରୁଥିଲେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ କିଛି ଦିନ ହେଲା ଛେଳି ଗୋଠରୁ ଛେଳି ଚୋରି ହେଉଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ୍ ଘଟଣାର ତଦନ୍ତ କରି ଦାମୀ କାର ସହ ୩ଟି ଛେଳି ଜବତ କରିଛି । ୩ ଜଣଙ୍କୁ ଗିରଫ କରିଛି । ଖଲ୍ଲିକୋଟ ପୁଲିସ୍ ସିସିଟିଭି ଆଧାରରେ ତଦନ୍ତ କରି ଚେଳି ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି । ବେଗୁନିଆ ପଡା ଥାନା ଅଞ୍ଚଳର ଜଣେ ଓ ଖଲ୍ଲିକୋଟ ଥାନା ଅଞ୍ଚଳର ଦୁଇ ଜଣ ଏହି ଛେଳି ଚୋରିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା । ୩ଜଣକୁ ପୁଲିସ୍ ଗିରଫ କରିଥିବା ବେଳେ ସେମାନଙ୍କୁ ଠାରୁ ଚୋରି ହୋଇଥିବା ୩ଟି ଛେଳି ଓ ସ୍ଵିଫ୍ଟ ଡିଜାୟାର ଗାଡ଼ି ଜବତ କରିଛି ।