ବିଦୁ୍ୟତ୍ ଆଘାତରେ ମହିଳା ମୃତ

 ନୂଆପଡା:  ନୂଆପଡା ଜିଲ୍ଲା ଅନ୍ତର୍ଗତ ବୋଡ଼େନ ବ୍ଲକର ଲିଟିସର୍ଗି ପଞ୍ଚାୟତର ଝିରଣୀଖୋଲ ଗ୍ରାମରେ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି । ପ୍ରକାଶ ଯେ, ନିଜ ଘରେ ବିଦୁ୍ୟତ୍ ଖମ୍ବାକୁ ଲାଗି କପଡା ଶୁଖାଇବା ସମୟରେ ଓଦା ଦେହରେ ଥିବାବେଳେ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଭୁବନେ ଜଗତଙ୍କ ଧର୍ମ ପନôୀ ଝିଲମିଳା ଜଗତଙ୍କର ମୃତୁ୍ୟ ଘଟିଥିଲା । ପୂର୍ବରୁ ଏକମାତ୍ର ପୁଅର ମୃତୁ୍ୟକୁ ନେଇ ଚିନ୍ତିତ ରହିଥିବାବେଳେ ବର୍ତ୍ତମାନ ତାଙ୍କ ପନôୀର ମୃତୁ୍ୟ ତାଙ୍କୁ ବହୁତ ଦୁଃଖ ପ୍ରକାଶ କରିଛି । ବର୍ତ୍ତମାନ ଭୁବନେ ଜଗତ ଏକୁଟିଆ ବେସାହାରା ହୋଇଯାଇଛନ୍ତି । ତେଣୁ ତାଙ୍କୁ ଆର୍ଥôକ ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।