ଅର୍ଥାଭାବରୁ ଟିକେଟ୍ କିଣି ନପାରି ବଗି ତଳେ ଝୁଲି ୫୦ କିଲୋମିଟର ଯାତ୍ରା

ଟ୍ରେନ ବଗି ତଳେ ୨୫୦ କିଲୋମିଟର ଯାତ୍ରା । ଅର୍ଥାଭାବରୁ ଟିକେଟ୍ କିଣି ନପାରି ଲୋକଟି ଏକ ଏକ୍ସପ୍ରେସ ଟ୍ରେନର ବଗି ତଳେ ଝୁଲିଝୁଲି ଇତର୍ସିଠାରୁ ଜବଲପୁର ପର୍ଯ୍ୟନ୍ତ ୨୫୦ କିଲୋମିଟର ଯାତ୍ରା କରିଛି । ଟ୍ରେନ ଜବଲପୁର ଷ୍ଟେସନରେ ପହଞ୍ଚିବା ପରେ ରେଳ କର୍ମଚାରୀମାନେ ତାଙ୍କୁ ଦେଖିଥିଲେ। ରେଲୱେ ପ୍ରୋଟେକ୍ସନ ଫୋର୍ସ ତଦନ୍ତ କରୁଛନ୍ତି । ଗତ ୨୪ ତାରିଖରେ ଏହି ଘଟଣା ଘଟିଥିଲା ।

ଦାନାପୁର ଏକ୍ସପ୍ରେସ ବଗି ତଳେ ଲୋକଟି ଝୁଲିଥିବା ଦେଖି ରେଳ କର୍ମଚାରୀ ୱାରଲେସ ଯୋଗେ ଲୋକୋ ପାଇଲଟଙ୍କୁ ଖବର ଦେଇଥିଲେ । ଟ୍ରେନ ଅଟକିବା ପରେ ତାକୁ ଉଦ୍ଧାର କରାଯାଇଛି । ତାର ମାନସିକ ଅବସ୍ଥା ଭଲ ନାହିଁ । ଲୋକଟିର ପରିଚୟ ଜଣାପଡ଼ିନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହୋଇଛି । ଘଟଣା ନେଇ ରେଲୱେ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଛି ।