ଟିକେ ବଦଳିଯିବା...

ଟିକେ ବଦଳିଯିବା...


ସମସ୍ତଙ୍କ ପାଖରେ ସମୟ ଅଭାବ । ହେଲେ ଏଇ ବ୍ୟସ୍ତତା ଭିତରେ ଆମକୁ ସମୟ ବାହାର କରିବାକୁ ପଡ଼ିବ  । ଘରକୁ ସଫାସୁତୁରା, ଆକର୍ଷଣୀୟ କରି ରଖିବା ଲାଗି ଏପରି କେତେକ ଉପାୟ ଗ୍ରହଣ କଲେ ସହଜରେ କାମ ହୋଇଯିବ ।
ନିଜ ଘରର ପରଦା ଓ କୁସନ୍‌ କଭର ମାସକୁ ଥରୁଟିଏ ସଫା କରିବାର ଅଭ୍ୟାସ ରଖନ୍ତୁ  ।
ଗାଧୁଆଘର ସଫା କରିବା ସମୟରେ ଆମେ ଅନେକ ସମୟରେ ବାଲଟି, ମଗକୁ ଭୁଲିଯାଉ । ପ୍ରତି ୧୫ଦିନରେ ଥରେ ଏସବୁ ପରିଷ୍କାର କରିବା ଉଚିତ ।
ଆଜିକାଲି ସମସ୍ତଙ୍କ ଘର ଫ୍ରିଜ୍‌ରେ ପାଣି ବୋତଲ ରହୁଛି  । ତେବେ ଏସବୁକୁ ଆପଣ ସଫା କରୁଛନ୍ତି କି ନାହିଁ । ନିୟମିତ ଭାବେ ପାଣିବୋତଲ ସଫା କରନ୍ତୁ । ନଚେତ୍‌ ପେଟ ସଂକ୍ରମଣର ଆଶଙ୍କା ସର୍ବାଧିକ ।