ଯକ୍ଷ୍ମା ରୋଗ : କିଛି କଥା

ଯକ୍ଷ୍ମା ରୋଗ : କିଛି କଥା


ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ । ଏକ ‘ମାଇକୋବ୍ୟାକ୍ଟେରିୟସ’ ଜୀବାଣୁ ଦ୍ୱାରା ଏହି ରୋଗ ହୋଇଥାଏ । ଯକ୍ଷ୍ମା ହେଉଛି ବାୟୁବାହିତ । ସଂକ୍ରମିତ ରୋଗୀର କାଶ ଓ ଛିଙ୍କ ଦ୍ୱାରା ଜୀବାଣୁ ବାୟୁରେ ମିଶି ସୁସ୍ଥ ଲୋକର ଶରୀରରେ ପ୍ରବେଶ କରେ ଓ ରୋଗ ସୃଷ୍ଟି କରିଥାଏ । ଶରୀରର ପ୍ରାୟ ସବୁ ରଙ୍ଗକୁ ଯକ୍ଷ୍ମା ଆକ୍ରାନ୍ତ କରିଥାଏ । କିନ୍ତୁ ପାଖାପାଖି ୮୦ ଶତାଂଶ କ୍ଷେତ୍ରରେ ଏହି ରୋଗ ଫୁସଫୁସରେ ହୋଇଥାଏ । ଜୀବାଣୁଗୁଡିକ ବାୟୁବାହିକ ହୋଇଥିବାରୁ ରୋଗ ମୁଖ୍ୟତଃ ଫୁସଫୁସକୁ ସଂକ୍ରମିତ କରିଥାଏ । ଯକ୍ଷ୍ମା ରୋଗର ପ୍ରଧାନ ଲକ୍ଷଣ ବିଷୟରେ ଜାଣି ରଖିବା ନିହାତି ଦରକାର । ଲକ୍ଷଣଗୁଡିକ ମଧ୍ୟରେ ପ୍ରଧାନ ହେଲା ସାମାନ୍ୟ ଜ୍ୱର ଓ କାଶ ।
ଏହି ଲକ୍ଷଣ ତିନି ସପ୍ତାହରୁ ବେଶି ଦିନ ଲାଗି ରହିପାରେ । ଯକ୍ଷ୍ମାର ଫଳପ୍ରଦ ଚିକିତ୍ସା ପାଇଁ ଅନେକ ଔଷଧ ଉପଲବ୍ଧ । ନିୟମିତ ତଥା ଯଥାର୍ଥ ଚିକିତ୍ସାରେ ରହିଲେ ରୋଗର ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ।