ସ୍ୱର୍ଣ୍ଣ ବିଜୟିନୀ ପିଙ୍କି

ସ୍ୱର୍ଣ୍ଣ ବିଜୟିନୀ ପିଙ୍କି

ନେପାଳର ରାଜଧାନୀ କାଠମାଣ୍ଡୁ ଠାରେ ଆୟୋଜିତ ସାଉଥ୍ ଏସିଆନ୍ କମ୍ଵାର୍ଟ ରେସଲିଂ ଚାମ୍ପିଅନ୍ସିପ୍ ରେ ସ୍ଵର୍ଣ୍ଣ ପଦକ ଜିଣି ଓଡିଶା ଓ ଭାରତ ପାଇଁ ଗର୍ବ ଆଣିଛନ୍ତି ପିଙ୍କି ନାୟକ l ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେରାଣ୍ଡିପୁର ଗୌଡ ସାହିର ବାବୁଲି ନାୟକ ଏବଂ ସୁଲୋଚନା ନାୟକଙ୍କ ଝିଅ ପିଙ୍କି ଉଭୟ ରାଜ୍ଯ ଓ ଜାତୀୟ ସ୍ତରରେ ନିଜର କ୍ରୀଡା ନୈପୁଣ୍ୟତା ପ୍ରତିପାଦିତ କରିଛନ୍ତି l ପିଙ୍କିଙ୍କର ସ୍ଵପ୍ନ ଥିଲା ସେ ଦିନେ ଓଡ଼ିଶା ପାଇଁ ଖେଳିବେ ଏବଂ ଜାତୀୟ ସ୍ତରରେ ନିଜ ରାଜ୍ଯକୁ ପ୍ରତିନିଧିତ୍ଵ କରିବେ l ଏବେ ସେ ସ୍ଵପ୍ନ ସାକାର ହେବା ସହ ଆନ୍ତର୍ଜାତୀୟ ସ୍ତରରେ ସ୍ଵର୍ଣ୍ଣ ପଦକ ଜିତିବା ପରେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଅଲମ୍ପିକ୍ ରେ ଦେଶକୁ ପ୍ରତିନିଧିତ୍ଵ କରିବା l ପିଙ୍କିଙ୍କ ଏହି ସଫଳତାରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l