ରଥଯାତ୍ରା ପାଇଁ ୩୬୫ ସ୍ୱତନ୍ତ୍ର ଟ୍ରେନ
ଭୁବନେଶ୍ୱର : ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋସôବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶା ଏବଂ ପଡୋÿଶୀ ରାଜ୍ୟ ଗୁଡ଼ିକର ତୀର୍ଥଯାତ୍ରୀ ଏବଂ ପରିଦର୍ଶକ ମାନଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ଚଳିତ ରଥଯାତ୍ରା ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ବ୍ୟତୀତ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଉଅଛ । ଏହି ସ୍ୱତନ୍ତ୍ର ଟ୍ରେନ ସେବା ରାଜ୍ୟର ବିଭିନ୍ନ ସ୍ଥାନରୁ ଚଳାଚଳ କରାଯିବାକୁ ଯୋଜନା କରାଯାଇଛି ଏବଂ ରଥଯାତ୍ରା ମହୋସôବର ପ୍ରମୁଖ ଦିନଗୁଡ଼ିକରେ ବିଶେଷ ଗୁରୁତ୍ୱ ଦିଆଯିବାକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଅଛି ଯାହା ରାଉରକେଲା, ବୀରମିତ୍ରପୁର, ବାଙ୍ଗିରିପୋଷି, ଜୁନାଗଡ଼ ରୋଡ୍, ବାଦାମପାହାଡ଼, ବୌଦ୍ଧ, ଜଗଦଲପୁର, ବାଲେଶ୍ୱର, ଅନୁଗୁଳ, ଗୁଣୁପୁର, ରାୟଗଡ଼ା, ପାରାଦୀପ, ଭଦ୍ରକ, କେନ୍ଦୁଝର, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ଭଦ୍ରକ, ସମ୍ବଲପୁର, ତାଳଚେର, କଟକ, ବ୍ରହ୍ମପୁର, ଢେଙ୍କାନାଳ, ବଡ଼ବିଲ, ପଲାସା ଏବଂ ବିଶାଖାପାଟଣା (ଆନ୍ଧ୍ର ପ୍ରଦେଶ), ଜଗଦଳପୁର ଓ ଗୋଣ୍ଡିଆ (ଛତିଶଗଡ଼) ଏବଂ ସାନ୍ତ୍ରାଗାଛି / କଲିକତା (ପଶ୍ଚିମବଙ୍ଗ) ସହିତ ଟ୍ରେନ ସେବା ସଂଯୋଗ କରିବ । ଗୁଣ୍ଡିଚା ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନାବେଶ ବ୍ୟତୀତ ରଥଯାତ୍ରା ମହୋସôବର ଅନ୍ୟ ଦିନଗୁଡ଼ିକରେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଚଳିତ ବର୍ଷ ରଥଯାତ୍ରା ବ୍ୟବସ୍ଥା ଗତବର୍ଷର ରଥଯାତ୍ରା ତୁଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧିକୁ ସୁନିଶ୍ଚିତ କରିଛି ଯେତେବେଳେ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ ପରିଚାଳିତ ହୋଇଥିଲା । ଏହି ବର୍ଦ୍ଧିତ ସଂଖ୍ୟା ସହିତ ପୂର୍ବ ତଟ ରେଳପଥ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଆଧ୍ୟାତ୍ମିକ ପର୍ବ ସମୟରେ ସମସ୍ତ ଭକ୍ତଙ୍କ ପାଇଁ ନିରାପଦ, ଆରାମଦାୟକ ଏବଂ ଦକ୍ଷ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରୁଅଛି ।