ରାସ୍ତା କାର୍ଯ୍ୟରେ ବିଳମ୍ବ : ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

 ନାଉଗାଁ : ରାସ୍ତା କାର୍ଯ୍ୟରେ ବିଳମ୍ବକୁ ନେଇ ରାସ୍ତା ରୋକକଲେ ଗ୍ରାମବାସୀ । କାର୍ଯ୍ୟର ଅବଧିକୁ ଦିର୍ଘ ୧୬ମାସ ପୁରିଥିଲେ ମଧ୍ୟ ସରିପାରିଲାନି ରାସ୍ତାକାମ ଶେଷରେ ନିରାଶ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ନାଉଗାଁ ବ୍ଲକର ନାଉଗାଁରୁ ଡାବର ମୁଖ୍ୟ ରାସ୍ତାର ଗୋଠଦା ଗ୍ରାମରେ । ଏହି ରାସ୍ତା କାମକୁ ଦିର୍ଘ ଦିନ ଧରି ଠିକାଦାର ମନମୁଖି ଭାବେ କାର୍ଯ୍ୟକୁ ଆଧାରୁ ବନ୍ଦ କରିଦେବା ଫଳରେ ଗ୍ରାମବାସି ମାନେ ଦୈନନ୍ଦିନ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ବିଭିନ୍ନ ସମୟରେ ମଧ୍ୟ ରାସ୍ତାରେ ପଡି ଅନେକ ଲୋକ ଓ ସ୍କୁଲପିଲା ଖଣ୍ଡିଆଖାବରା ହେଉଥିବା ମଧ୍ୟ ଦେଖାଯାଇଛି । ଏହି ଗ୍ରାମ ଓ ନିକଟବର୍ତ୍ତି ଗ୍ରାମ ତିହୁଡା, ମହିଷାମୁଣ୍ଡା, ଦହିପାଳ ଓ ଅରିଓଦା ଗ୍ରାମବାସୀ ନାଦିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର ସୁଫଳ କିଛି ମିଳି ପାରିଲା ନାହିଁ  । ଯାହାକୁ ନେଇ ଆଜି ଗ୍ରାମବାସି ଆନ୍ଦୋଳନର ପ୍ରଥାକୁ ଆପଣାଇ ଦୀର୍ଘ ସମୟ ଧରି ନାଉଗାଁ ଡାବର ମୁଖ୍ୟ ରାସ୍ତା ର ଗୋଠଦା ନିକଟରେ ରାସ୍ତା ରେ ଟାୟାର ଜାଳି ବିକ୍ଷୋଭ ପଦର୍ଶନ କରିଛନ୍ତି କ୍ଷ ଅନ୍ୟପଟେ ସରକାର ଙ୍କ ପକ୍ଷରୁ ପାଞ୍ଚ କୋଟି ରୁ ଉର୍ଦ୍ଧ ଟଙ୍କା ର ବିନିମୟ ରେ ୬ ଫେବୃଆରୀ ୨୦୨୨ ରୁ ୧୬ ନଭେମ୍ବର ୨୦୨୩ ମଧ୍ୟରେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅବଧି ଦିଆ ଯାଇଥିଲା । ମାତ୍ର ଦୀର୍ଘ ୧୬ ମାସ ବିତିଯାଇଥିଲେ ମଧ୍ୟ ଠିକାଦାରଙ୍କ ଅବହେଳା ମନଭାବ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅପାରଗତା ନିମନ୍ତେ ରାସ୍ତାର କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି କ୍ଷ ତେବେ ଯଥାଶିଘ୍ର ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରାସ୍ତାର କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ଏହି ଆନେ୍ଦାଳନ ତୀବ୍ର ରୂପ ନେବ ବୋଲି ସ୍ଥାନୀୟ ବାସୀ ପ୍ରକାଶ କରିଛନ୍ତି ।