କେଜିବିଭି ଛାତ୍ରୀ ନିବାସରୁ ଆତ୍ମହତ୍ୟା ଉଦ୍ୟମ : ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

 ବେତନଟୀ: ବେତନଟୀ ବ୍ଲକ ଅଧୀନ ଏସଏସ ନହଣ୍ଡା ଶୋଳରେ ଥିବା କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି)ର ନବମ ଶ୍ରେଣୀର ଛାତ୍ରୀ ଗତ ରବିବାର ଦିନ ଛାତ୍ରୀ ନିବାସରେ ଥିବା ୩ମହଲା ବିଲଡିଂ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ହୋଇ ଚିକିସôାଧୀନ ଅଛନ୍ତି । ଛାତ୍ରୀ ଜଣକ ଡେଇଁ ପଡିବା ପରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ପ୍ରଥମେ ବେତନଟୀରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ  ସଙ୍କଟାପୂର୍ଣ୍ଣ ଅବସ୍ଥାରେ ବାଲେଶ୍ୱର ସ୍ଥିତ ଏକା ଘରୋଇ ଡାକ୍ତରଖାନାରେ ଚିକିସôା କରାଯାଉଥିବାର ଜଣାପଡିଛି । ଛାତ୍ରୀଙ୍କର ଚିକିସôାଧୀନ ଅବସ୍ଥାରେ ଚେତାଶୂନ୍ୟ ହୋଇଥିବା ବେଳେ ଘଟଣାର ଚାରିଦିନ ପରେ ତାର ବାପା ସେକ ମେଜବୁଲକୁ ଘଟଣା ସମ୍ପର୍କରେ ସମସ୍ତ କଥା ଛାତ୍ରୀ । କେଜିବିଭି ଆଶ୍ରମ ବିଦ୍ୟାଳୟ ପରିସରରେ ଧନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କାଞ୍ଚାନବାଳା କରଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ଛାତ୍ରୀ ତାଙ୍କ ବାପାଙ୍କୁ ପ୍ରକାଶ କରିବାରୁ ବାପା ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ବେତନଟୀ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବାର ଜଣାପଡିଛି । ଅଷ୍ଟମ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ପାଇବା ପାଇଁ ଯୋଗ୍ୟ ଥିବା ବେଳେ ପ୍ରଧାନଶିକ୍ଷୟତ୍ରୀ ଜଣକ କମ ନମ୍ବର ଦେଇ ଥିବାରୁ ଏହାର ପ୍ରତିବାଦ ସେ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀଙ୍କ ନିକଟରେ ଏହି ପ୍ରଶ୍ନ ରଖିଥିବାରୁ ଗତ ମାର୍ଚ୍ଚ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ସମୟରେ ପ୍ରଧାନଶିକ୍ଷୟତ୍ରୀ ରାଗ ରଖି ଛାତ୍ରୀଙ୍କୁ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ନେଇ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର ଓ ଆଇଆଇସି ସସ୍ମିତା ମହାନ୍ତ, ବିଡ଼ିଓ ସୁଶାନ୍ତ ସୁତାର ଛାତ୍ରୀ ନିବାସ ଓ ବିଦ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରୁଥିବାର ଜଣାପଡ଼ିଛି । ତଦନ୍ତ ପରେ ଛାତ୍ରୀଙ୍କ ଆତ୍ମହତ୍ୟା  ଉଦ୍ୟମରେ ଧନପୁର କସ୍ତୁରବା ଗାନ୍ଧୀ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ କାଞ୍ଚନବାଲା କରଙ୍କୁ ନିଲମ୍ବିତ କରାଯାଇଛି ।