କ୍ଷେପଣାସ୍ତ୍ର ଘାଟି ଉପରେ ଇସ୍ରାଏଲର ମିସାଇଲ ମାଡ଼
ଭୟଙ୍କର ରୂପ ନେଉଛି ଇସ୍ରାଏଲ-ଇରାନ ଯୁଦ୍ଧ । ଆାମେରିକାର ଆକ୍ରମଣ ପରେ ଇରାନ ଓ ଇସ୍ରାଏଲ ପରସ୍ପର ଜୋରଦାର ଆକ୍ରମଣ କରିଛନ୍ତି । ଇସ୍ରାଏଲ ପକ୍ଷରୁ ଇରାନ ମିଲିଟାରୀ ବେସକୁ ଟାର୍ଗେଟ କରି ଆଜି ଆକ୍ରମଣ କରିଛି । ଇରାନର କ୍ଷେପଣାସ୍ତ୍ର ଲଞ୍ଚ ପ୍ୟାଡକୁ ମିସାଇଲ ମାଡ଼ କରିଛି । ୧୯୭୯ ପରେ ଇସଲାମିକ ଦେଶ ଉପରେ ସବୁଠୁ ବଡ଼ ଆକ୍ରମଣ କରିଛି ଇସ୍ରାଏଲ । ଆମେରିକା ୩୦ ହଜାର ପାଉଣ୍ଡ ବଙ୍କର ବ୍ଲଷ୍ଟର ବୋମା ଦ୍ବାରା ଇରାନର ପରମାଣୁ କେନ୍ଦ୍ର ଉପରକୁ ଆକ୍ରମଣ ପରେ ଯୁଦ୍ଧ ତେଜିବାରେ ଲାଗିଛି । ମଧ୍ୟପ୍ରଚ୍ୟରେ ଥିବା ଆମେରିକାର ବେସ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି ଇରାନ । ଏନେଇ ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଖାମେନି ଆମେରିକାକୁ ଚେତାବନୀ ଦେଇଛନ୍ତି । ଖାମେନି କହିଛନ୍ତ, ଇସ୍ରାଏଲ ବଡ଼ ଭୁଲ କରିଛି ଏଥିପାଇଁ ଇସ୍ରାଇଲକୁ ଦଣ୍ଡ ମିଳୁଛି । ଆଗକୁ ମଧ୍ୟ ଦଣ୍ଡ ମିଳିବ ।