ପୁଟିନଙ୍କ ଉପରେ ରାଗିଲେ ଟ୍ରମ୍ପ

ପୁଟିନଙ୍କ ଉପରେ ରାଗିଲେ ଟ୍ରମ୍ପ

ପୁଟିନଙ୍କ ଉପରେ ରାଗିଲେ ଟ୍ରମ୍ପ । ୟୁକ୍ରେନ ଉପରେ ଋଷର ଘନଘନ ବୋମାମାଡ଼କୁ କହିଲେ ଭୁଲ । ବର୍ତ୍ତମାନ ସମୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଆଣିବାକୁ ଚେଷ୍ଟା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ ଋଷ କିନ୍ତୁ ଲଗାତାର ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଆଉ ଏହାରି ଭିତରେ ଋଷକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ବଡ଼ ବୟାନ । ପୁଟିନଙ୍କ ଉପରେ ଅସନ୍ତୋଷ ଜାହିର କରିବା ସହିତ ଟ୍ରମ୍ପ କହିଛନ୍ତି, ୟୁକ୍ରେନ ଉପରେ ହୋଇଥିବା ବୋମାମାଡ଼କୁ ନେଇ ସେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆଉ ପୁଟିନଙ୍କ ଉପରେ ସେ ଖୁସିନାହାନ୍ତି ବୋଲି କହିଛନ୍ତି ।

ଜାଣିରଖିବା ଉଚିତ ଯେ, ରବିବାର ରାତିସାରା ୟୁକ୍ରେନର ସହରଗୁଡ଼ିକ ଉପରେ ଋଷ ଘନଘନ ଆକ୍ରମଣ କରିଥିଲା । ୟୁକ୍ରେନ ଉପରେ ଆକ୍ରମଣ କରି ୩୬୭ ଡ୍ରୋନ୍ ପଠାଇଥିଲା ଋଷ । ଖାଲି ସେତିକି ନୁହେଁ,  କ୍ଷେପଣାସ୍ତ୍ରରେ ମଧ୍ୟ ଆକ୍ରମଣ କରିଥିଲା ଋଷ । ଯାହା ପରେ ଏବେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଟ୍ରମ୍ପ । ଦୀର୍ଘଦିନ ଧରି ଋଷ ଏବଂ ୟୁକ୍ରେନ୍ ଭିତରେ ଯୁଦ୍ଧ ଚାଲିଥିଲେ ବି, ଏହା ଥମିବାର ନାଁ ନେଉନି । ଶନିବାର-ରବିବାର ରାତିରେ, ଋଷ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବିମାନ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ, ରାଜଧାନୀ କିଭ ସମେତ ୟୁକ୍ରେନର ଅନେକ ସହର ଉପରେ ମୋଟ ୩୬୭ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଏପର୍ଯ୍ୟନ୍ତ ଏହି ଆକ୍ରମଣଗୁଡ଼ିକରେ ୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୬୦ ରୁ ଅଧିକ ଆହତ ହୋଇଛନ୍ତି । ଏହାସହିତ ବହୁ ପରିମାଣରେ ସମ୍ପତ୍ତିର ମଧ୍ୟ କ୍ଷତି ହୋଇଛି । ଯାହାକୁ ଅସନ୍ତୋଷ ଜାହିର କରିଛନ୍ତି ଆମେରିକା ରାଷ୍ଟ୍ରପତି ।