ଆଧୁନିକ ଜୀବନ ପାଇଁ ଆୟୁର୍ବେଦର ଉପକାରିତା

 ଭୁବନେଶ୍ୱର : ଜୀବନର ପ୍ରାଚୀନ ବିଜ୍ଞାନକୁ ସ୍ୱୀକୃତି ଦେବା ଓ ପ୍ରୋସôାହିତ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୩ ତାରିଖରେ ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଇଥାଏ  । ଏଥିପାଇଁ ଆୟୁର୍ବେଦରେ ଶୀଘ୍ର ଉଠିବା, ଯୋଗ ଓ ଧ୍ୟାନ କରିବା, ସାତ୍ୱିକ ଖାଦ୍ୟ ଖାଇବା ଓ ଆଲମଣ୍ଡ ଭଳି ପୋଷଣଯୁକ୍ତ ଖାଦ୍ୟ ବିକଳ୍ପକୁ ଚୟନ କରିବା ପାଇଁ ପରାମର୍ଶ ଦିଆଯାଇଛି  । ଆୟେୁର୍ବଦ ବିଶେଷଜ୍ଞ ଡା. ମଧୁମିତା କ୍ରିଷ୍ଣନ ଆୟୁର୍ବେଦ ସହ ଜଡିତ ବିଭିନ୍ନ ଅଭ୍ୟାସ ଓ ସେଗୁଡିକ କିଭଳି ଆଜିର ଗତିଶୀଳ ଦୁନିଆରେ ଆମକୁ ଲାଭ ଦେଇପାରିବ ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରି କହିଛନ୍ତି ଯେ,  ବ୍ରହ୍ମ ମୁହୂର୍ତ ସମୟରେ (ସୂର୍ଯ୍ୟୋଦୟର ଏକ ଘଂଟା ପୂର୍ବରୁ) ନିଦ୍ରା ତ୍ୟାଗ କରିବା ଜଣେ ବ୍ୟକ୍ତିଙ୍କ ଆୟୁଷ ବୃଦ୍ଧି କରିବା ସହ ରୋଗରୁ ଦୂରେଇ ରଖିଥାଏ ବୋଲି ବିଶ୍ୱାସ ରହିଛି  । ଏହା ସ୍ପଷ୍ଟତା, ଶୃଙ୍ଖଳା ଓ ଦିନର ଏକ ସତେଜ ଆରମ୍ଭକୁ ପ୍ରୋସôାହିତ କରିଥାଏ  । ସେହିପରି ଆୟୁର୍ବେଦରେ ଖାଦ୍ୟକୁ  ଔଷଧ ଭାବେ ବିବେଚନା କରାଯାଇଛି  ।  ଆୟୁର୍ବେଦ ସତେଜ ଫଳ, ପନିପରିବା, ଖାଦ୍ୟଶସ୍ୟ, ଡାଲି ଓ ଆଲମଣ୍ଡ ଭଳି ବାଦାମଗୁଡିକର ସେବନକୁ ମହତ୍ୱ ଦେଇଥାଏ ଯାହା ପ୍ରାଣ (ଜୀବନ ଶକ୍ତି)ରେ ସମୃଦ୍ଧ ଅଟେ  । ଶରୀର ପାଇଁ ପୁଷ୍ଟିକର ହେବା ସହିତ ତିଆରି କରିବା ପାଇଁ ସହଜ ହେଉଥିବା ଖାଦ୍ୟ ସମ୍ପର୍କରେ ପୂର୍ବରୁ ଯୋଜନା କରିବା, କଟା ଫଳ କିମ୍ବା ମୁଠାଏ ଆଲମଣ୍ଡ ଶରୀରକୁ ପୋଷଣ ଦେବା ସହିତ ମନକୁ ସନ୍ତୁଷ୍ଟ ରଖିଥାଏ  ।