ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ୍ଆଜିଠୁ ଲାଗୁ

ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ୍ଆଜିଠୁ ଲାଗୁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ପୁଣି ଶୁଳ୍କ ବୋମା ଫିଙ୍ଗିଛନ୍ତି।  ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ବୃଦ୍ଧି ଘୋଷଣା ଫଳରେ  ଭାରତ ଉପରେ ଆମେରିକାର ଟାରିଫ ୫୦ ପ୍ରତିଶତ ହୋଇଛି । ତେବେ ପୂର୍ବ ଘୋଷଣା ଅନୁସାରେ ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ ହୋଇଛି । ଅଗଷ୍ଟ ୨୭ରୁ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲାଗୁ ହେବ। ଆମେରିକା କହିଛି, ଋଷରୁ ଭାରତ ତେଲ ଆମଦାନୀ କରୁଥିବାରୁ ଜବାବରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁ ବସ୍ତୁ ଏହି ତାରିଖ ପୂର୍ବରୁ ଯାଇଥିବ ଓ ୧୭ ସେପେଟମ୍ବର ୨୦୨୫ ପୂର୍ବରୁ ଆମେରିକାରେ ପହଞ୍ଚିବ ତା ଉପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ।

ଟ୍ରମ୍ପ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ଯଦି କୌଣସି ଦେଶ ଋଷଠାରୁ ତେଲ ଆମଦାନୀ କରେ ତେବେ ଏଭଳି ଶୁଳ୍କ ଲଗାଯିବ। ନିର୍ଦ୍ଦେଶରେ ଆହୁରି କୁହାଯାଇଛି, ଯଦି ଅନ୍ୟ କୌଣସି  ପ୍ରଭାବିତ ଦେଶ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ  ନିଅନ୍ତି ତାହାହେଲେ ରାଷ୍ଟ୍ରପତି ଏହି ଆଦେଶରେ ପରିବର୍ତ୍ତନ କରିପାରନ୍ତି । ସେହିଭଳି  ଋଷଠାରୁ ଯେଉଁମାନେ  ତେଲ ନେଉଛନ୍ତି ସେମାନଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ  ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଆମେରିକାର ଅତିରିକ୍ତ ଶୁଳ୍କ ଲାଗୁ ପରେ ଭାରତ ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ଦେଇ ଏହା ଦୁର୍ଭାଗ୍ୟଜନକ ବୋଲି କହିଛି । ରୁଷର ତେଳ କିଣୁଥିବାରୁ ଭାରତକୁ ଆମେରିକା ଟାର୍ଗେଟ୍ କରୁଛି । ଆମେରିକାର ଏହି ପଦକ୍ଷେପ ଅଯୌକ୍ତିକ ଓ ଅନୁଚିତ । ଜାତୀୟ ସ୍ୱାର୍ଥ୍ୟ ରକ୍ଷ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲ କହିଛି ଭାରତ ।