ଆଇନଜୀବୀଙ୍କ ଘରୁ ୩ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଲୁଟ୍‌

 ଆଇନଜୀବୀଙ୍କ ଘରୁ କଳାକନା ବୁଲାଇଲେ ଲୁଟେରା । ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗୌଡ଼ ସାହିରେ ଗତକାଲି ବିଳମ୍ବିତ ରାତିରେ ଆଇନଜୀବୀଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବୃଦ୍ଧ ଆଇନଜୀବୀ ହର୍ଷ ବର୍ଦ୍ଧନ ପଣ୍ଡା ଓ ପତ୍ନୀ ଗତ ରାତିରେ ଖାଇ ସାରି ଶୋଇଥିଲେ । ରାତି ପ୍ରାୟ ସାଢ଼େ ୧୧ଟାରୁ ସାଢ଼େ ଗୋଟାଏ ମଧ୍ୟରେ କିଛି ଦୁର୍ବୃତ୍ତ ବାଡ଼ି ପଛ ପଟୁ ଘର ଭିତରକୁ ପ୍ରବେଶ କରି ଘରେ ଥିବା ୨ଟି ଆଲମୀରା ଭାଙ୍ଗି ସେଥିରୁ ନଗଦ ୩ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଗହଣା ଲୁଟି ନେଇଛନ୍ତି । ଭଞ୍ଜନଗର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ । ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ସ୍ଥିତି ଅନୁଧ୍ୟାନ କରିଛି । ହେଲେ ଲୁଟେରା ଏବେ ବି ଫେରାର ଅଛନ୍ତି ।