ଏହ୍ଲାବାଦ ହାଇକୋର୍ଟଙ୍କ କାର୍ଯ୍ୟଧାରା ଚିନ୍ତାଜନକ

 ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାୟକ ଆବାସ ଅନସାରୀଙ୍କ ଆବେଦନର ଶୁଣାଣି କରି ଅଦାଲତ କହିଛନ୍ତି ଯେ ସମ୍ପତ୍ତି ବିବାଦ ସହ ଜଡ଼ିତ ତାଙ୍କ ମାମଲାର ହାଇକୋର୍ଟ ଶୁଣାଣି କରୁନାହାନ୍ତି । ମାମଲା ତାଲିକାଭୁକ୍ତ କରିବା ପ୍ରସଙ୍ଗରେ ହାଇକୋର୍ଟ, ବିଶେଷ କରି ଏହ୍ଲାବାଦ ହାଇକୋର୍ଟର କାର୍ଯ୍ୟଶୈଳୀକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଉଦ୍ବେଗ ପ୍ରକାଶ କରିଛନ୍ତି । ଉତ୍ତରପ୍ରଦେଶ ବିଧାୟକ ଆବାସ ଅନସାରୀଙ୍କ ଆବେଦନର ଶୁଣାଣି କରି ଅଦାଲତ କହିଛନ୍ତି ଯେ ସମ୍ପତ୍ତି ବିବାଦ ସହ ଜଡ଼ିତ ତାଙ୍କ ମାମଲାର ହାଇକୋର୍ଟ ଶୁଣାଣି କରୁନାହାନ୍ତି । 
ଆମେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହୁଁ । କେତେକ ହାଇକୋର୍ଟରେ କ'ଣ ହେବ ତାହା ଆମେ ଜାଣିନାହୁଁ ଏବଂ ଏହା ଏକ ଉଚ୍ଚ ନ୍ୟାୟାଳୟ ହେତୁ ଚିନ୍ତାଜନକ ହେବା ଉଚିତ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି । ଗତ ବର୍ଷ ମଧ୍ୟ ଅନସାରୀ ତାଙ୍କ ପାରିବାରିକ ସମ୍ପତ୍ତି ସମ୍ପର୍କରେ ସର୍ବୋଚ୍ଚÿ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ, ଯାହାକୁ ଏକ ସ୍ଥାନାନ୍ତର ସମ୍ପତ୍ତି (ଅର୍ଥାତ୍ ସରକାରୀ ସମ୍ପତ୍ତି) ଘୋଷଣା କରାଯାଇଥିଲା । ଆବେଦନକାରୀଙ୍କ ଅନ୍ତରୀଣ ସ୍ଥଗିତାଦେଶ ଆବେଦନକୁ ଯଥାଶୀଘ୍ର ଶୁଣାଣି ପାଇଁ ଏବଂ  ନଭେମ୍ବର ୪ ତାରିଖରେ ଶୁଣାଣି କରିବାକୁ ସର୍ବୋଚ୍ଚÿ ନ୍ୟାୟାଳୟ ହାଇକୋର୍ଟଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବରିଷ୍ଠ ଆଇନଜୀବୀ କପିଲ ସିବଲ ଗୁରୁବାର କହିଛନ୍ତି ଯେ ଅଦାଲତଙ୍କ ନିଦେ୍ର୍ଦଶ ସତ୍ତ୍ୱେ ମାମଲାର ଶୁଣାଣି ହେଉନାହିଁ । ପରେ ଦିଆଯାଇଥିବା ଆଦେଶରେ ହାଇକୋର୍ଟରେ ଅନସାରୀଙ୍କ ଆବେଦନର ଶୁଣାଣି ନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ସ୍ଥାନରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏହି ମାମଲାକୁ ଯଥାଶୀଘ୍ର ହାଇକୋର୍ଟରେ ତାଲିକାଭୁକ୍ତ କରିବାକୁ ସର୍ବୋଚ୍ଚÿ ନ୍ୟାୟାଳୟ ନିଦେ୍ର୍ଦଶ ଦେଇଛନ୍ତି । ଏହାର ଆଦେଶକୁ ସେଠାକାର ଖଣ୍ଡପୀଠଙ୍କ ଦୃଷ୍ଟିକୁ ଆଣିବାକୁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି ।