ତୁଳସୀ ମାଳାର ମହତ୍ବ

ହିନ୍ଦୁ ଧର୍ମରେ ତୁଳସୀ ମାଳାର ଅନେକ ମହତ୍ୱ ରହିଛି । ବୈଷ୍ଣବ ସମ୍ପ୍ରଦାୟର ଲୋକମାନେ ସବୁବେଳେ ଗଳାରେ ତୁଳସୀ ମାଳି ଧାରଣ କରିଥାନ୍ତି । ତେବେ ଏହାର ମହତ୍ୱ ସଂପର୍କରେ ଆପଣ ଜାଣନ୍ତି? । ତୁଳସୀ ମାଳି ଧାରଣ କଲେ ଜନ୍ମ ଓ ମରଣ ଚକ୍ରରୁ ମୁକ୍ତି ପାଇବା ସହ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାଛଡା ହିନ୍ଦୁ ଧର୍ମରେ ଉଲ୍ଲେଖିତ ଯେ ଯେଉଁ ବ୍ୟକ୍ତିମାନେ ଗଳାରେ ତୁଳସୀ ମାଳି ପିନ୍ଧିଥାନ୍ତି ସେମାନେ ଯମ ଯନ୍ତ୍ରଣା ଭୋଗିବାରୁ ମୁକ୍ତି ପାଆନ୍ତି ଓ ବିଷ୍ଣୁଲୋକ ପ୍ରାପ୍ତି କରନ୍ତି । । ଭଗବାନ ବିଷ୍ଣୁଙ୍କ ସୌଭାଗ୍ୟ, ସମର୍ପଣ ଓ ସାନ୍ନିଧ୍ୟର ପ୍ରତୀକ ହେଉଛି ତୁଳସୀ ମାଳା । ସେହିପରି କଣ୍ଠ ଦୋରେ ତୁଳସୀ ମାଳା ଧାରଣ କରିଲେ ସଂପୂର୍ଣ୍ଣ ତୀର୍ଥର ଫଳ ମିଳିଥାଏ ଏବଂ ମୃତ୍ୟୁ ସମୟରେ ମଧ୍ୟ ତୁଳସୀକୁ ତ୍ୟାଗ କରାଯାଏ ନାହିଁ ।