କ’ଣ ଦେଖିଲେ ଶୁଭ
ଜ୍ୟୋତିଷ ଶାସ୍ତ୍ରରେ ଘରୁ ବାହାରିବା ସମୟରେ କିଛି ନିର୍ଦ୍ଦିଷ୍ଟ ଜିନିଷ ଦେଖିବା ଦ୍ୱାରା ଏହା ଶୁଭ ସୂଚନା ଦେଇଥାଏ ବୋଲି କୁହାଯାଏ । ଏବେ ସେହି ଜିନିଷଗୁଡ଼ିକ ସମୟରେ ଆସନ୍ତୁ ଜାଣିବା...
ପକ୍ଷୀ:ଯଦି ଘରୁ ବାହାରିବା ସମୟରେ ପକ୍ଷୀ ବସିଥିବାର ଦେଖନ୍ତି କିମ୍ବା ପକ୍ଷୀଙ୍କ କଳରବ ଶୁଣାଯାଏ ତେବେ ଏହା ଶୁଭ ହୋଇଥାଏ । ସେହିଦିନ କିଛି ଶୁଭ ଽର ପ୍ରାପ୍ତ ହେବ ବୋଲି କୁହାଯାଏ ।
ମନ୍ଦିର: ଘରୁ ବାହାରିବା ବେଳେ ଯଦି ରାସ୍ତାରେ ମନ୍ଦିର ଦେଖନ୍ତି ଏହା ଶୁଭ ହୋଇଥାଏ । ସେହିଭଳି ଘରୁ ବାହାରିବା ସମୟରେ ଯଦି ମନ୍ଦିର ଘଣ୍ଟିର ଶବ୍ଦ ଶୁଣାଯାଏ ତେବେ ଭଗବାନଙ୍କ ଆଶୀର୍ବାଦ ରହିଛି, ଯେଉଁ କାର୍ଯ୍ୟରେ ଜଣେ ଯାଉଛନ୍ତି ତାହା ସଫଳ ହେବ ବୋଲି ବିଶ୍ୱାସ ରହିଛି ।
ଗାଈ-ବାଛୁରୀ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯଦି ଜଣେ କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବାଟରେ ଗାଈ ସହିତ ବାଛୁରୀ ଦେଖୁଛନ୍ତି ଏହା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଯଦି ଗାଈଟି ବାଛୁରୀକୁ କ୍ଷୀର ପାନ କରାଉଛି ତେବେ ଏହା ଏକ ଶୁଭ ସଂକେତ ହୋଇଥାଏ ।
ଶବ: ଯଦି ଘରୁ ବାହାରିବା ସମୟରେ ଶବ ଯାଉଥିବାର ଦେଖନ୍ତି ଅନେକ ଅଶୁଭ ବୋଲି ଭାବନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶବ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । କାମଟି ଜଲଦି ହୋଇଯିବ ବୋଲି ଏହା ସୂଚାଇଥାଏ ।
ପାଣିପୂର୍ଣ୍ଣ ପାତ୍ର: ଯଦି ଘରୁ ବାହାରିବା ସମୟରେ ଘର ଦୁଆର ମୁହଁରେ ପାଣି ପୂର୍ଣ୍ଣ ପାତ୍ର କିମ୍ବା ରାସ୍ତାରେ ନଦୀ ଦେଖନ୍ତି ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଯାତ୍ର ଶୁଭଦାୟକ ହେବା ସହ ଯେଉଁ କାର୍ଯ୍ୟ ପାଇଁ ଜଣେ ଯାଉଛନ୍ତି ତାହା ସଫଳ ହୋଇଥାଏ ବୋଲି କୁହାଯାଏ ।
ଫୁଲମାଳ: ଘରୁ ବାହାରି କୌଣସି କାର୍ଯ୍ୟରେ ଯାଉଥିଲେ ଯଦି ଫୁଲମାଳ ନଜର ଆସେ ତେବେ କିଛି ମଙ୍ଗଳ ଓ ଶୁଭ କାର୍ଯ୍ୟ ହେବ ବୋଲି ଏହା ସୂଚନା ପ୍ରଦାନ କରେ ।
ବର୍ଷା: ଜ୍ୟୋତିଷ ଶାସ୍ତ୍ରରେ ଘରୁ ବାହାରିବା ସମୟରେ ଯଦି ବର୍ଷା ହେଉଛି, ଏହାକୁ ଅତ୍ୟନ୍ତ ଶୁଭ କୁହାଯାଏ । ଏହା ଦ୍ୱାରା କାର୍ଯ୍ୟ ସଫଳ ହେବାକୁ ଯାଉଛି ବୋଲି ଜଣାପଡ଼ିଥାଏ ।