ଘଣ୍ଟାକୁ ନେଇ ବାସ୍ତୁ

ସମୟ ଜାଣିବା ପାଇଁ ଘରେ କାନ୍ଥ ଘଣ୍ଟା ଲଗାଯାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘଣ୍ଟା ଲଗାଇବା ପାଇଁ ସଠିକ ବିଗର ଚୟନ କରିବା ବି ଅତ୍ୟନ୍ତ ଜରୁରୀ ହୋଇଥାଏ । ନଚେତ୍ ଏହାର କୁପ୍ରଭାବ ଆମ ଜୀବନଶୈଳୀ ଉପରେ ପଡିଥାଏ ବୋଲି ବିଶ୍ୱାସ ରହିଛି..
ଘଣ୍ଟାକୁ ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗର କାନ୍ଥରେ ଲଗାଇବା ଦରକାର । ଯେହେତୁ ଦକ୍ଷିଣ ଦିଗ ହେଉଛି ଯମରାଜଙ୍କର । ଓ ଦିଗ ତେଣୁ ସେହି ଦିଗରେ ଘଣ୍ଟା ଲଗାଇବା ଉଚିତ୍ ନୁହେଁ କାରଣ ଏହାଦ୍ୱାରା ଘରର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଖାସ୍ କରି ଆୟୁ ଓ ସ୍ୱାସ୍ଥ୍ୟହାନୀର ଏହା କାରଣ ସାଜିଥାଏ ।
ଘରର ମୁଖ୍ୟଦ୍ୱାର ବା ମୁଖ୍ୟଦ୍ୱାରର କବାଟ ଉପରେ ଘଣ୍ଟା ଲଗାଇବା ଠିକ୍ ନୁହେଁ । କାରଣ ଏହାଦ୍ୱାରା ଘରେ ସର୍ବଦା କଳହ ଲାଗି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ।
ଘଣ୍ଟାକୁ ସବୁବେଳେ ସଫା ରଖିବା ଆବଶ୍ୟକ । ଏହା ଉପରେ ଧୂଳି ଜମିବାକୁ ଦିଅନ୍ତୁ ନାହିଁ । ଭାଙ୍ଗି ଯାଇଥିବା କିମ୍ବା ଅଚଳ ଘଣ୍ଟାକୁ ଆଦୌ ଘରେ ରଖନ୍ତୁ ନାହିଁ । ଏହାଦ୍ୱାରା ଅଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଅନ୍ୟପକ୍ଷେ ଘଣ୍ଟାକୁ କେବେ ବିଳମ୍ବରେ ଚାଲିବାକୁ ଦେବେ ନାହିଁ । ଆବଶ୍ୟକ ପଡ଼ିଲେ ଏହାର ଓ ସମୟକୁ ଦୁଇ/ତିନି ମିନିଟ୍ ଆଗକୁ ପଛେ କରିଦେବେ ହେଲେ ଆଦୌ ଡେରୀ ହେବାକୁ ଦେବେନି । କାରଣ ଏହା ପରିବାର ଲୋକଙ୍କ ଉପରେ ସମୟାନୁବର୍ତ୍ତିତାରି ପ୍ରଭାବ ପକାଇଥାଏ ।
ଘରର ହଲ୍ରେ ପେଣ୍ଡୁଲମ୍ ଘଣ୍ଟା ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।