ସମ୍ପତ୍ତି ବଢାଇବାର ବାସ୍ତୁ ଉପାୟ…

ସମ୍ପତ୍ତି ବଢାଇବାର  ବାସ୍ତୁ ଉପାୟ…

ଧନପ୍ରାପ୍ତିର ଇଚ୍ଛା ସମସ୍ତଙ୍କର ଥାଏ। ସେଥିପାଇଁ କିଏ କେତେ ପରିଶ୍ରମ ବି କରିଥାନ୍ତି। ହେଲେ ଏମିତି କେତୋଟି ସହଜ ବାସ୍ତୁ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ଧନସମ୍ପତ୍ତି ବଢିଥାଏ ବୋଲି ବିଶ୍ୱାସ କରାଯାଏ…

ଧନର ଦେବତା କୁବେର ହେଲେ ଉତ୍ତର ଦିଗର ସ୍ବାମୀ। ତେଣୁ ଏହି ଦିଗରେ ଟଙ୍କା ପଇସା ରଖାଯାଉଥିବା ଲକର୍‌, ଟ୍ରେଜେରୀ ଅଥବା ଆଲମାରୀକୁ ରଖିବା ଶୁଭ ହୋଇଥାଏ।

 ଲକର୍‌ କିମ୍ବା ଆଲମାରୀର ଠିକ୍‌ ସାମ୍ନାରେ ଦର୍ପଣକୁ ଏମିତି ରଖିବା ଦରକାର, ଯେମିତି ସେଥିରେ ଆଲମାରୀର ଛବି ଭଲଭାବେ ପ୍ରତିଫଳିତ ହେଉଥିବ। ଏହା ବି ଧନବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ବାଇଗଣୀ ରଙ୍ଗର କୁଣ୍ଡରେ ମନି ପ୍ଲାଣ୍ଟ ଗଛ ଲଗାଇବା ବି ଶୁଭଫଳ ଦେଇଥାଏ। କାରଣ ବାଇଗଣୀ ରଙ୍ଗକୁ ଧନର ପ୍ରତୀକ ବୋଲି କୁହାଯାଏ।

 ଘରର ମୁଖ୍ୟଦ୍ୱାର ନିକଟରେ ନାଲି କପଡ଼ାରେ କିଛି କଏନ୍‌ ବାନ୍ଧି ଟାଙ୍ଗିଲେ ବି ଧନ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

 ମନିପର୍ସରେ ଅଖଣ୍ଡିତ ୨୧ଟି ଅରୁଆ ଚାଉଳ ରଖିଲେ ପର୍ସରେ ସବୁବେଳେ ପଇସା ରହିଥାଏ ବୋଲି ବିଶ୍ୱାସ ରହିଛି।

ତା’ସହିତ ମନିପର୍ସରେ ନୋଟ୍‌ ଟଙ୍କା ଓ ଖୁଚୁରା ଟଙ୍କାକୁ ଅଲଗା ଅଲଗା ରଖିବା ବି ଧନବୃଦ୍ଧିକୁ ପ୍ରବର୍ତ୍ତାଇଥାଏ।

ଧନର ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଏରୁଣ୍ଡି ବନ୍ଧକୁ ପୂଜା କରିବା ବି ଶୁଭଫଳ ଦେଇଥାଏ।

ଘରର ଏରୁଣ୍ଡି ବନ୍ଧ ଯେମିତି ଭାଙ୍ଗି ନଥାଏ କିମ୍ବା ଫାଟି ନଥାଏ, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।