କେଉଁ ଦିଗରେ ରଖିବେ ରୋଷେଇ ସାମଗ୍ରୀ

କେଉଁ ଦିଗରେ ରଖିବେ ରୋଷେଇ ସାମଗ୍ରୀ

ରୋଷେଇ ଘରେ କେଉଁଠି କେଉଁ ଜିନିଷ ରଖିବେ ବାସ୍ତୁ ଅନୁସାରେ ତା'ର ନିର୍ଦ୍ଦିଷ୍ଟ ସ୍ଥାନ ରହିଛି । ଘର ତିଆରି ବେଳେ ରୋଷେଇ ଘର ସଠିକ୍ ଦିଗରେ ତିଆରି କରିବା ଶୁଭ । ଏଥିସହିତ ଉକ୍ତ ଘରେ ମସଲା ରଖିବା ପାଇଁ ମଧ୍ୟ ସ୍ୱତନ୍ତ୍ର ଦିଗ ରହିଛି  । କେଉଁ ଦିଗରେ କ'ଣ ରଖିବା ଉଚିତ ଆସନ୍ତୁ ଜାଣିବା
ରୋଷେଇ ଘର ଦିଗ: 
ଅଗ୍ନିକୋଣ : ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର ଦକ୍ଷିଣ- ପୂର୍ବ ଦିଗରେ ହେବା ଉତ୍ତମ ବୋଲି କୁହାଯାଏ । ଏହାକୁ ଅଗ୍ନି କୋଣର ମାନ୍ୟତା ଦିଆଯାଇଛି । ତେଣୁ ଏହି ଦିଗରେ ରୋଷେଇ କରିବା ଶୁଭ । ଯଦି ସମ୍ଭବ ହେଉନାହିଁ ତେବେ ଉତ୍ତର-ପୂର୍ବକୁ ମଧ୍ୟ ଚୟନ କରିପାରିବେ ।
ମସଲା ରଖିବା ଦିଗ ଦକ୍ଷିଣ : ପୂର୍ବ : ଦକ୍ଷିଣ-ପୂର୍ବ ଦିଗରେ ମସଲା ରଖିବା ପାଇଁ ଅତ୍ୟନ୍ତ ଉତ୍ତମ ବୋଲି  ବାସ୍ତୁବିତ୍ କୁହନ୍ତି  । ଦକ୍ଷିଣ ବା ପଶ୍ଚିମ: ଦିଗରେ  ମସଲା ରଖିପାରିବେ । 
ଉତ୍ତର-ପୂର୍ବ : ଆପଣ ଉତ୍ତର- ପୂର୍ବ ଦିଗରେ ଡାଲି ରଖିପାରିବେ । ଏହି ଦିଗ ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ । ତେଣୁ ଏହି ଦିଗରେ ଡାଲି ରଖିଲେ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ।
ପୂର୍ବ: ପୂର୍ବ ଦିଗରେ ମଧ୍ୟ ଡାଲି ରଖିବା ସକାରାତ୍ମକ ପ୍ରଭାବ ପଡିଥାଏ ।ତେଲ ରଖିବା ଦିଗ : ଦକ୍ଷିଣ-ପୂର୍ବ : ଦକ୍ଷିଣ-ପୂର୍ବ ଦିଗରେ ତେଲ ରଖିବା ଖୁବ୍ ଭଲ । କାରଣ ଏହି ଦିଗ ଅଗ୍ନି ତତ୍ତ୍ୱର ଦିଗ ଅଟେ । ତେଲ ଓ ଅନ୍ୟ ଅଗ୍ନି ସମ୍ବନ୍ଧୀୟ ସାମଗ୍ରୀ ପାଇଁ ବିଶେଷ ଉପଯୁକ୍ତ ।
ଦକ୍ଷିଣ ବା ପଶ୍ଚିମ :ତେଲ ରଖିବା ଲାଗି ଏହି ଦିଗ ଉପଯୁକ୍ତ ବୋଲି କୁହାଯାଏ ।
ଖାଦ୍ୟ ପଦାର୍ଥ କେଉଁଠି ରଖିବ: ରନ୍ଧା ଖାଦ୍ୟ ପଦାର୍ଥ ରଖିବା ପାଇଁ ଉତ୍ତର-ପଶ୍ଚିମ ଦିଗ ଖୁବ୍ ଭଲ । ଏହି ଦିଗରେ ଖାଦ୍ୟ ସାମଗ୍ରୀ ରଖିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଜା ରହିଥାଏ । ରୋଷେଇ ଘରର ଦଣିକ୍ଷ ବା ପଶ୍ଚିମ ଦିଗରେ ଅନ୍ନ ରଖିବା ଉଚିତ । ଏହାଦ୍ୱାରା କେବେ ବି ଘରେ ଅନ୍ନର ଅଭାବ ରହିବ ନାହିଁ ।
ଘରର ଉତ୍ତର-ପୂର୍ବ ଦିଗରେ କିଚେନ ୱାସ୍ ବେସିନ ରହିବା ଉଚିତ । କାରଣ ଜଳ ତତ୍ତ୍ୱ ଅନୁସାରେ ଏହି ଦିଗରେ କିଚେନ ସିଙ୍କ ରହିବା ଦ୍ୱାରା ଧନ ସମୃଦ୍ଧି ବୃଦ୍ଧି ଘଟିଥାଏ ।