ନିଜକୁ ଗଢିବାର ଦାୟିତ୍ୱ ନିଜର

ଆଜ୍ଞା ନମସ୍କାର,
ଜୀବନର ଛୋଟ କଥାର ବଡ ବି·ରକୁ ନେଇ 'ଅମୃତ ବିନ୍ଦୁ'ର ଉପସ୍ଥାପନା । 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ । ଆଜି ଜାଣିବା ନିଜକୁ ଗଢିବାର ଦାୟିତ୍ୱ କେମିତି ନିଜର ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରନ୍ତୁ, ହୃଦୟଙ୍ଗମ କରନ୍ତୁ ଆଉ ବି·ର କରନ୍ତୁ ।

ଜୀବନରେ ଆମେ ନିଜେ ଯାହା ବି କରୁ ବା କହୁ ତାହା ସଠିକ୍ କି ନୁହେଁ, ଭଲ କି ମନ୍ଦ ତାର ବି·ର କରିବା ଅତି ଗୁରୁôବପୂର୍ଣ୍ଣ । ଆମେ ଯାହା ବି ଭଲମନ୍ଦ କରୁ ତାହା ଆମ ମସ୍ତିଷ୍କରେ ମହଜୁଦ୍ ହୋଇ ରହେ । ଚେତନ ମନ ଏହାକୁ ଭୁଲିଯାଇପାରେ, କିନ୍ତୁ ଅବଚେତନ ମନ ଏହାକୁ ଆଦୌ ଭୁଲିପାରେନା । ଆମର ପ୍ରତ୍ୟେକଟି କର୍ମ, କାହା ପାଇଁ ନା କାହା ପାଇଁ ପ୍ରତିବଦ୍ଧ । ଆମ ମନକୁ ସୁସ୍ଥ କରିବାକୁ ହେଲେ ବି·ରଶକ୍ତି ଏବଂ କର୍ମକୁ ସେହି ଉତ୍ତମ ବି·ରଶକ୍ତି ଜରିଆରେ ହିଁ ଆଗକୁ ନେବାକୁ ପଡିବ ।
ନିଜର ଜୀବନ ଏବଂ ନିଜର ପ୍ରତିବଦ୍ଧତାକୁ ବୁଝି, ସେହି ଅନୁଯାୟୀ କର୍ମ କଲେ ଜୀବନ ବାସ୍ତବରେ ଉପଭୋଗ୍ୟ । ଆମ ବି·ରଶକ୍ତି ଯେତେ ନିୟନ୍ତ୍ରିତ ହୋଇପାରିବ ଆମ ମନ ଏବଂ ଜୀବନ ସେତେ ସୁନ୍ଦର ହୋଇପାରିବ । ମନ ଅନିୟନ୍ତ୍ରିତ ହେଲେ ସବୁକିଛି ଭାରାକ୍ରାନ୍ତ ହୋଇ ଉଠେ । ଶେଷରେ ଶରୀର ବି ଅବସନ୍ନ ହୋଇପଡେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମେ ତମାମ୍ ପରିସ୍ଥିତିକୁ ବିଶ୍ଲେଷଣ କରି ନିଜ ଜୀବନକୁ ସୁଷ୍ଠୁ, ସୁନ୍ଦର କରି ତୋଳିବାକୁ ପ୍ରଚେଷ୍ଟା ଜାରି ରଖିବା ଆବଶ୍ୟକ । ନିଜର ଜୀବନ ଗଢି ତୋଳିବାର ଦାୟିତ୍ୱ, କେବଳ ନିଜର ।

ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।