ସ୍ୱାସ୍ଥ୍ୟ ସୂଚନା, ସାବଧାନ

ସ୍ୱାସ୍ଥ୍ୟ ସୂଚନା, ସାବଧାନ


ପ୍ରତିଦିନ ସକାଳୁ କିଛି କିଛି ଷ୍ଟ୍ରେଚିଙ୍ଗ୍‌ ଏକ୍ସରସାଇଜ୍‌ କରନ୍ତୁ । ଏହା ଅଣ୍ଟାଜନିତ ବ୍ୟଥାରୁ କେତେକାଂଶରେ ଉପଶମ ମିଳିଥାଏ ।
ଦିନତମାମ ଖାଉଥିବା ଖାଦ୍ୟ ମଧ୍ୟରେ ଅଧିକ ବ୍ୟବଧାନ ରଖିବା ଠିକ୍‌ ନୁହେଁ ।
ଏକାଥରେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ନ ଖାଇବା ଭଲ । ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଳ୍ପ ଅଳ୍ପ କରି ଖାଦ୍ୟ ଖାଆନ୍ତୁ ।
ଲୁଣ କିମ୍ବା ଚର୍ବି ଜତୀୟ ଖାଦ୍ୟ ଅଧିକ ନ ଖାଇବା ଭଲ । ଏହା ଶରୀରରେ କୋଲେଷ୍ଟରଲ୍‌ର ସ୍ତରକୁ ବଢ଼ାଇଥାଏ । ବୟସ୍କ ବ୍ୟକ୍ତିମାନେ ସବୁବେଳେ ଚିନ୍ତାଠାରୁ ନିଜକୁ ଦୂରେଇ ରଖନ୍ତୁ । ସବୁବେଳେ ଏଭଳି ପରିବେଶରେ ନିଜକୁ ରଖନ୍ତୁ, ଯାହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ।
ପ୍ରତିଦିନ ଶିଡ଼ି ଚଢ଼ିବା ଏକ ଭଲ ବ୍ୟାୟାମ । ହେଲେ, ଆପଣଙ୍କର ଯଦି କିଛି ଆଣ୍ଠୁଗଣ୍ଠିଜନିତ ସମସ୍ୟା ରହିଛି, ତେବେ ଶିଢ଼ି ଯେତେ କମ୍‌ ଚଢ଼ିବେ ସେତେ ଭଲ ।
 ଦୈନନ୍ଦିନ ବ୍ରେକ୍‌ ଫାଷ୍ଟ ତାଲିକାରେ ତଟକା ଫଳମୂଳ ଜୁସ୍‌ ସାମିଲ କରନ୍ତୁ । ରାତିରେ ଖାଇବା ସମୟରେ ଆଦୌ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ । ସବୁବେଳେ ହାଲୁକା ଖାଦ୍ୟ ଖାଆନ୍ତୁ ।