ଏହି ଗଛ ଘରେ ଥିଲେ ଦୂର ହୁଏ ଗ୍ରହ ଦୋଷ

ଅନେକ ଲୋକେ ଘରେ ଓ ବଗିଚାରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଆନ୍ତି। ଏହାଦ୍ୱାରା ବାତାବରଣ ମଧ୍ୟ ଶୁଦ୍ଧ ରହିଥାଏ। ସତେଜ ଅନୁଭବ ହୋଇଥାଏ। ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଗଛଲତା ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। କାରଣ ଅନେକ ଗଛ ଲତାର ସମ୍ବନ୍ଧ ଦେବାଦେବୀ ଓ ଗ୍ରହଙ୍କ ସହ ଜଡିତ। ତେଣୁ ଜାତକରେ ଗ୍ରହଙ୍କ ଦୋଷ ଦୂର ପାଇଁ ଓ ମଜଭୁତ ପାଇଁ ଗଛ ଲତାଙ୍କ ପୂଜାର୍ଚ୍ଚନା ମଧ୍ୟ କରି ଥାଆନ୍ତି। ଘରର ବଗିଚାରେ ଏହି କାରଣରୁ ଅନେକ ଗଛ ଲଗାଯାଏ।

ତେବେ ଏଭଳି ଏକ ଗଛ ବିଷୟରେ ଜାଣନ୍ତୁ, ଯାହାର ସମ୍ବନ୍ଧ ଶନି ଗ୍ରହଙ୍କ ସହ ଥିବା ସହ ଶନି ଦେବଙ୍କ କୃପା ପ୍ରାପ୍ତି ହୋଇଥାଏ। ଜାତକରୁ ଗ୍ରହଙ୍କ ଦୋଷ ଦୂର ହେବା ସହ ଧନ ଆକର୍ଷିତ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଶମି ବୃକ୍ଷ ଖୁବ୍ ଶୁଭ ବୋଲି ମାନ୍ୟତା ରହିଛି। ଯେଉଁ ଘରର ବଗିଚାରେ ଶମି ବୃକ୍ଷ ଥାଏ , ସେଠାରେ କଦାପି ଧନ ଅଭାବ ହୁଏ ନାହିଁ। ପରିବାର ସଦସ୍ୟଙ୍କ ଉନ୍ନତି ହୋଇଥାଏ। ସେମାନଙ୍କ ଚାକିରିରେ ପଦନ୍ନୋତି ସହ ମାନ-ସମ୍ମାନ ବୃଦ୍ଧି ହୋଇଥାଏ।

ବାସ୍ତୁ ଅନୁସାରେ ଘରର ବଗିଚାରେ ଶମି ବୃକ୍ଷ ଲଗାଇବା ଦ୍ୱାରା ଭାଗ୍ୟ ବଦଳିଥାଏ। କାରଣ ଏହା ଶନିଙ୍କ ସହ ଜଡିତ। ଶନିଙ୍କ କୃପାରୁ କାଙ୍ଗାଳ ମଧ୍ୟ କୋଟିପତି ହୋଇଥାଆନ୍ତି। ଶନିଙ୍କ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ। ଶମି ବୃକ୍ଷ ଲଗାଇବା ଦ୍ୱାରା ବେଶ କୃପା ପ୍ରାପ୍ତି ହୋଇଥାଏ।

ଯେଉଁମାନଙ୍କ ଜାତକରେ ଶନି ସାଢେସାତି ସମସ୍ୟା ରହିଛି, ସେମାନେ ଘରର ବଗିଚାରେ ଶମି ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଶନିବାର ଦିନ ଶମି ବୃକ୍ଷ ଲଗାନ୍ତୁ। ଘରର ମୁଖ୍ୟ ଦ୍ୱାର ନିକଟରେ ଶମି ବୃକ୍ଷ ଲଗାନ୍ତୁ। ଏପରି ଲଗାନ୍ତୁ ଯେପରି ଘରୁ ବାହାରିବା ପରେ ଡାହାଣ ପଟେ ଏହି ବୃକ୍ଷ ରହୁଥିବ। ଏହାସହ ଘରର ବାଲକୋନି, ପୂର୍ବ, ଦକ୍ଷିଣ ଦିଗ କିମ୍ବା ଐଶାନ୍ୟ କୋଣରେ ମଧ୍ୟ ଏହାକୁ ଲଗାଇ ପାରିବେ। ନିୟମିତ ଏହି ଗଛକୁ ପୂଜା କରନ୍ତୁ। ସନ୍ଧ୍ୟାରେ ଶମି ବୃକ୍ଷ ତଳେ ସୋରିଷ ତେଲର ଦୀପ ଲଗାନ୍ତୁ।

ଶମି ବୃକ୍ଷ ଲଗାଇବା ଦ୍ୱାରା ଶନି ଦେବତା ପ୍ରସନ୍ନ ହୋଇଥାଆନ୍ତି। ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ। ଶମି ବୃକ୍ଷ ଥିଲେ ମା’ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି। ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ନିୟମିତ ଏହି ବୃକ୍ଷର ପୂଜା କଲେ ଧନର ଆଦୌ ଅଭାବ ହୋଇନଥାଏ। ଏହି ଗଛ ଧନକୁ ଆକର୍ଷିତ କରିଥାଏ। ଘରେ ସୁଖସମୃଦ୍ଧି, ଧନ ବୃଦ୍ଧି ହୋଇଥାଏ।