ଆଗାମୀ ୬ ଦିନ ଶୁଷ୍କ ରହିବ ପାଗ

ଆଗାମୀ ୬ ଦିନ ଶୁଷ୍କ ରହିବ ପାଗ

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ପର୍ୟ୍ୟନ୍ତ ରାଜ୍ୟରେ ନାହିଁ ବଡ ବର୍ଷା । ଅଧିକାଂଶ ସ୍ଥାନରେ ପାଗ ଶୁଷ୍କ ଓ ମେଘୁଆ ରହିଛି । ଗୁରୁଚାପ ବଳୟ ପ୍ରଭାବ ପାଇଁ ଆଗାମୀ ୬ ଦିନ ବର୍ଷା ମାତ୍ରାଧିକ କମିବା ସହ ପାଗ ଶୁଷ୍କ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅକ୍ଟୋବର ପହିଲାରେ ଉତ୍ତର ଉପକୂଳ ଓ ସଲଗ୍ନ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ଘଡଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନୟାଗଡ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ଗରମ ଗୁଳୁଗୁଳି ଜାରି ରହିବ । ମେଘମୁକ୍ତ ଆକାଶ ପାଇଁ ଟାଣ ଖରା ଓ ବାୟୁମଣ୍ଡଳରେ ଉଚ୍ଚ ଆର୍ଦ୍ରତା ପାଇଁ ଗରମ ଗୁଳୁଗୁଳି ହେବ । କିଛି ଜିଲ୍ଲାରେ ଅପରାହ୍ନ ସମୟରେ ଆକସ୍ମିକ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ବଜ୍ରପାତ ଜନିତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।