ଏବର୍ଷ ଲାଗିବ ସାଢ଼େ ୭ କୋଟି ଗଛ

 ଭୁବନେଶ୍ୱର:  ଆଜି ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳନ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର ଚଳିତ ବର୍ଷ ସାଢ଼େ ୭ କୋଟି ବୃକ୍ଷରୋପଣ କରିବେ ବୋଲି ଘୋଷଣା କରିଛନ୍ତି  ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ପାଇଁ ଆଜିର ଦିନଟି ଉସôର୍ଗୀକୃତ ।  ଆଜି କାଲି ଆମ ଜୀବନରେ ପ୍ଲାଷ୍ଟିକ ଅପରିହାର୍ଯ୍ୟ ହୋଇସାରିଛି  । ବିଶେଷ ଭାବେ ସିଙ୍ଗଲ ୟୁଜ୍  ପ୍ଲାଷ୍ଟିକର ଅଧିକ ବ୍ୟବହାର ଯୋଗୁଁ ଜଳବାୟୁ ପରିବର୍ତ୍ତନ, ପ୍ରକୃତିର ଜଳ, ସ୍ଥଳ ଏବଂ ଜୈବ ବିବିଧତାରେ କ୍ଷୟ ଏବଂ ପ୍ରଦୂଷଣ ଓ ଆବର୍ଜନାର ସମସ୍ୟା ସୃଷ୍ଟିହୋଇଛି  । ପ୍ଲାଷ୍ଟିକ ବର୍ଜନ ଏକ ଗଣ ଆନେ୍ଦାଳନ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।
ଆମ ସରକାର ମଧ୍ୟ ଷ୍ଟେଟ କ୍ଳିନ୍ ଏୟାର ପ୍ରୋଗ୍ରାମ ଆରମ୍ଭ କରିଛନ୍ତି  । ଏହା ଜନସଂଖ୍ୟା ବହୁଳ ସହରାଞ୍ଚଳମାନଙ୍କରେ ବାୟୁ ପ୍ରଦୂଷଣର ମାତ୍ରା କମାଇବ  ।  ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ନିଷେଧ ସହ ଏହାର ଦୀର୍ଘସ୍ଥାୟୀ ବିକଳ୍ପକୁ ପ୍ରୋସôାହନ ଏବଂ ବର୍ଜ୍ୟ ପରିଚାଳନା ପ୍ରଣାଳୀକୁ ସଶକ୍ତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଛନ୍ତି  । ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ରାଜ୍ୟ ସରକାର ପ୍ରାୟ ସାଢେ ୬ କୋଟି ରୁ ଉର୍ଦ୍ଧ୍ୱ ଗଛ ଲଗାଇ ଏହି ଅଭିଯାନକୁ ସଫଳ କରିଛନ୍ତି ବୋଲି ସେ କହିଥିଲେ ।  ସେ ପୁଣି କହିଥିଲେଯେ, ଆମ ସରକାର ଆସିବା ପରେ ଜଙ୍ଗଲ ଓ ବୃକ୍ଷ ଆବରଣରେ ପାଖାପାଖି ୫୬୦ ବର୍ଗ କିଲୋମିଟର ନେଟ୍ ବୃଦ୍ଧି ହୋଇଛି  । ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ । ଜନସାଧାରଣ ଓ ଅନୁଷ୍ଠାନ ଗୁଡିକ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ଚାରା ରୋପଣ କରି ରେକର୍ଡ ସୃଷ୍ଟି କରିଛନ୍ତି  । ଶିମିଳିପାଳ ଜାତୀୟ ଉଦ୍ୟାନର ମାନ୍ୟତା ପାଇଥିବାବେଳେ ବନ୍ୟପ୍ରାଣୀ ଓ ଉଦ୍ଭିଦ ସଂରକ୍ଷଣ ଓ ସୁରକ୍ଷା ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି  । ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ରାଜ୍ୟରେ ପରିବେଶ ସୁରକ୍ଷା ତଥା ଏହାର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଜିଲ୍ଲାର ୧୮୫ ପ୍ରକୃତି ମିତ୍ର ଏବଂ ୨୧୧ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ତଥା ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଉଛି ।  ଓଡିଶାରୁ ସର୍ବଶ୍ରେଷ୍ଠ ଇକୋ କ୍ଲବ ପୁରସ୍କାର ବିଜେତା ବିଦ୍ୟାଳୟ ତଥା ଶିକ୍ଷକମାନଙ୍କୁ ତାଙ୍କର ନିଷ୍ଠା ଏବଂ ପ୍ରତିବଦ୍ଧତା ପାଇଁ ଶୁଭେଚ୍ଛା ଜଣାଉଛି  ।  ପ୍ଲାଷ୍ଟିକ୍ ପ୍ରଦୂଷଣକୁ ସମାପ୍ତ କରିବା ସହ ଆମ ନାଗରିକଙ୍କ ପାଇଁ ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ବଜାୟ ରଖିବା ପାଇଁ ଆଜି ଆମେ ସଂକଳ୍ପ ନେବା  । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ‘ଏକ ପେଡ ମା କେ ନାମ' କାର୍ଯ୍ୟକ୍ରମରେ କୃଷି ଶିକ୍ଷା ସଦନ ଠାରେ ବୃକ୍ଷରୋପଣ କରିଥିଲେ  । କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସଦସ୍ୟା ତଥା ସଚିବ  ଉମା ନାନ୍ଦୁରୀ ଧନ୍ୟବାଦ ଦେଇଥିଲେ । ଏହି ସମାରୋହରେ ପିସିସିଏଫ୍ ଏବଂ ଏଚଓଏଫ୍ଏଫ, ଏସ୍ ପନ୍ଥ, ବିଭାଗୀୟ ନିଦେ୍ର୍ଦଶକ ଡ. କେ. ମୁରୁଗେସନ୍ଙ୍କ ସହ ପରିବେଶବିତ ଓ ବୈଜ୍ଞାନିକମାନେ ମଧ୍ୟ ଉପସ୍ଥିତ ଥିଲେ  ।