ହ୍ବାଟ୍ସଆପ୍ରେ ସର୍ବାଧିକ ଠକେଇ: ସାବଧାନ

ନୂଆଦିଲ୍ଲୀ :ସାଇବର ଅପରାଧୀମାନଙ୍କ ପାଇଁ ହ୍ବାଟ୍ସଆପ୍ ସବୁଠୁ ଅଧିକ ପସନ୍ଦଯୋଗ୍ୟ ପ୍ଲାଟଫର୍ମ ହୋଇଥିବା ନେଇ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୩-୨୪ର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ୍ ପରେ ଯଥାକ୍ରମେ ଟେଲିଗ୍ରାମ ଏବଂ ଇନ୍ଷ୍ଟାଗ୍ରାମ ହେଉଛି ସାଇବର ଅପରାଧୀମାନଙ୍କ ଦ୍ୱିତୀୟ ଏବଂ ତୃତୀୟ ପସନ୍ଦଯୋଗ୍ୟ ପ୍ଲାଟ୍ଫର୍ମ। ୨୦୨୪ର ପ୍ରଥମ ୩ ମାସ ମଧ୍ୟରେ କେବଳ ହ୍ବାଟ୍ସଆପ୍ ଯୋଗେ ସାଇବର ଅପରାଧ ହୋଇଥିବା ନେଇ ୪୩,୭୯୭ ଅଭିଯୋଗ ଗ୍ରହଣ କରାଯାଇଥିଲା। ସେହିପରି ଯଥାକ୍ରମେ ଟେଲିଗ୍ରାମ ଓ ଇନ୍ଷ୍ଟାଗ୍ରାମ ମାଧ୍ୟମରେ ସାଇବର ଅପରାଧ ହୋଇଥିବା ନେଇ ୨୨,୬୮୦ ଏବଂ ୧୯,୮୦୦ ଅଭିଯୋଗ ଗ୍ରହଣ କରାଯାଇଥିଲା।