ୟୁଟୁ୍ୟବ୍ ଗୁରୁ
ଅଳ୍ପଦିନ ତଳେ ବାଣ ତିଆରିର କୌଶଳ ଶିଖିବା ପାଇଁ ଜଣେ ବ୍ୟକ୍ତି ୟୁଟୁ୍ୟବ୍ ମାଧ୍ୟମରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ଏହି ତଥ୍ୟକୁ ନେଇ ବାଣ ତିଆରି କରୁଥିବା ସମୟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଲା ଏବଂ ଏହି ବ୍ୟକ୍ତିଙ୍କର ମୃତୁ୍ୟ ହେଲା । ଏହା କେବଳ ଗୋଟିଏ ଘଟଣା ନୁହେଁ,ଏହିପରି ଅନେକ ଘଟଣା ଅଛି ସେଥିରେ ୟୁଟୁ୍ୟବ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ଅପରାଧ କରିବାର କୌଶଳ ଶିକ୍ଷା ଦିଆଯାଉଛି । ବ୍ୟାଙ୍କ୍ ଡ଼କେଇତି ଠାରୁ ଆରମ୍ଭ କରି ଏଟିଏମ୍ ଲୁଟ୍, ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ପଦ୍ଧତିରେ ହତ୍ୟା କରାଯିବାର କୌଶଳ ସବୁ ୟୁଟୁ୍ୟବ୍ରେ ରହୁଛି । ଅପରାଧୀମାନେ ଅପରାଧ ଘଟାଇବା ପରେ ସେଥିରୁ କିଭଳି ଧରା ନପଡ଼ିବେ ସେ କୌଶଳ ମଧ୍ୟ ୟୁଟୁ୍ୟବ୍ରେ ଉପଲବ୍ଧ ରହିଛି । ୟୁଟୁ୍ୟବ୍ରେ ମଧ୍ୟ ଅନେକ ଅବାସ୍ତବ ଏବଂ ମିଛ କଥାର ସୂଚନା ରହିଛି । ସେସବୁର ସତ୍ୟାସତ୍ୟ ପରୀକ୍ଷା କରିବା ବେଳକୁ ଦୁର୍ଘଟଣା ଘଟି ସାରିଥାଏ ।
ଦିନକୁ ଦିନ ବେପାରୀ, ବେରୋଜଗାରୀଏବଂ ସ୍ୱଳ୍ପ ରୋଜଗାର କାରଣରୁ ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ମଧ୍ୟ ବିଭିନ୍ନ ପ୍ରକାରର ଅପରାଧ କରିବାରୁ ଆଗେଇ ଆସୁଛନ୍ତି । ବିଶେଷ କରି ଅର୍ଥନୀତିକ ଅପରାଧ କ୍ଷେତ୍ରରେ ୟୁଟୁ୍ୟବ୍ ହିଁ ସବୁକିଛି ସୂଚନା ଦେଉଛି । ଏମିତିବି ଅର୍ଥନୀତିକ ଅପରାଧ ଘଟାଇବା ପାଇଁ ଭଡାରେ ଅନାମଧେୟ ଲୋକମାନଙ୍କର ଆଧାର ଏବଂ ଅନ୍ୟାନ୍ୟ ଦଲିଲ୍ ଦସ୍ତାବିଜ୍ ନେଇ ଲୋକେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲି ଦେଉଛନ୍ତି । ପରେ ଏଭଳି ବ୍ୟାଙ୍କ୍ ଆକାଉଣ୍ଟଧାରୀଙ୍କୁ ଖୋଜିଲେ ଲୋକେ ମିଳୁନାହାନ୍ତି ଏବଂ ମିଳିଲେ ମଧ୍ୟ ସେମାନଙ୍କର ସାମାଜିକ ସ୍ଥିତି ଦେଖି ପୁଲିସ୍ ଅବାକ୍ ହୋଇଯାଉଛି । ଏସବୁ ଦୃଷ୍ଟିରୁ ସାମାଜିକ ଗଣମାଧ୍ୟମରୁ ବିଭିନ୍ନ ଅପରାଧ ସମ୍ପର୍କିତ ତଥ୍ୟକୁ ତୁରନ୍ତ ହଟାଇନେବା ପାଇଁ କେନ୍ଦ୍ର ସରକାରଙ୍କ ଆଇଟି ବିଭାଗକଡ଼ା ନିଦେ୍ର୍ଦଶ ଦେବା ଆବଶ୍ୟକ ।
ବର୍ତ୍ତମାନ ୟୁଟୁ୍ୟବ୍ରେ ରହିଥିବା ମିଛ ଭିଡ଼ିଓ ଗୁଡ଼ିକର ସତ୍ୟାସତ୍ୟ ପରୀକ୍ଷା କରିବାର କୌଣସି ଉପାୟ ନାହିଁ । କେବଳ ଅପରାଧୀଙ୍କ କ୍ଷେତ୍ରରେ ନୁହେଁ ଅନ୍ୟ ସମସ୍ତ ସୂଚନା କ୍ଷେତ୍ରରେ ମଧ୍ୟ ହ୍ୱାଟ୍ସଆପ୍, ଫେସ୍ବୁକ, ୟୁଟୁ୍ୟବ୍ ଆଦି ସାମାଜିକ ଗଣମାଧ୍ୟମ ଗୁଡ଼ିକ ବିଭ୍ରାନ୍ତିକର ତଥ୍ୟ ଦେଇ ସମାଜର ଅଶାନ୍ତି ସୃଷ୍ଟି କରୁଛନ୍ତି । ଏ ପ୍ରକାରର ତଥ୍ୟ ଗୁଡ଼ିକୁ ତୁରନ୍ତ ଡ଼ିଲିଟ୍ କରିବା ପାଇଁ ଏକ ସ୍ୱୟଂକ୍ରୀୟ ବ୍ୟବସ୍ଥା ରହିବାର ଆବଶ୍ୟକତା ପଡ଼ିଲାଣି । ବିଶେଷ କରି ହିଂସାକାଣ୍ଡ, ମାର୍ପିଟ୍, ଧର୍ମୀୟ ବିଦ୍ୱେଷ ଆଦି ତଥ୍ୟ ଗୁଡ଼ିକୁ ସମସ୍ତ ସାମାଜିକ ମାଧ୍ୟମ ନିଜ ପକ୍ଷରୁ ଡ଼ିଲିଟ୍ କରିଦେବା ଆବଶ୍ୟକ । ଏ ପ୍ରକାରର କୌଣସି ଏକ ପୋଷ୍ଟକୁ ନେଇ ଯଦି କୌଣସି ହିଂସାକାଣ୍ଡ, ଅପରାଧ ଆଦି ଘଟେ ସେଥିପାଇଁ ସାମାଜିକ ଗଣମାଧ୍ୟମ ଗୁଡ଼ିକୁ ଦାୟୀ କରାଯିବା ଉଚିତ୍ । ସାମାଜିକ ଗଣମାଧ୍ୟମ ଗୁଡ଼ିକ କେବଳ ଲୋକଙ୍କର ଅର୍ଥରେ ନିଜେ ଧନୀ ହେବାକୁ ବସିବା ଅପରାଧ ଭାବରେ ପରିଗଣିତ ହେଉ । ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଗୁଡିକରେ ୩-୪ ମିନିଟ୍ର ଭିଡ଼ିଓରେ ବିଜ୍ଞାପନ ଦିଆଗଲାଣି । ଏହି ବିଜ୍ଞାପନର ଅର୍ଥ ସାମାଜିକ ଗଣମାଧ୍ୟମର ଆକାଉଣ୍ଟ୍କୁ ଯାଏ । ହେଲେ ଏହି ବିଜ୍ଞାପନ ଗୁଡ଼ିକରେ ଅତିରଞ୍ଜିତ କଥା ରହିଲେ ଅବାସ୍ତବ କଥା ରହିଲେ, ପ୍ରମାଣଭିତ୍ତିକ କଥା ନରହିଲେ ଏଥିପାଇଁ ସାମାଜିକ ଗଣମାଧ୍ୟମ ଗୁଡ଼ିକୁ ଦାୟୀ କରାଯାଉଛି । ସାମାଜିକ ଗଣମାଧ୍ୟମର ସମାଜ ପ୍ରତି ଏକ ଦାୟିତ୍ୱବୋଧ ରହିଛି । ଏହି ଦାୟିତ୍ୱବୋଧକୁ ନେଇ ସାମାଜିକ ଅପରାଧୀଙ୍କ ପ୍ରଶିକ୍ଷଣ କେନ୍ଦ୍ର ନପାଲଟୁ । କୌଣସି ପ୍ରକାରର ଅପରାଧ କରି ଯଦି କେହି ଧରାପଡ଼େ ଏବଂ ସାମାଜିକ ଗଣମାଧ୍ୟମରୁ ସେସବୁ ଶିଖିଥିବା ପ୍ରକାଶ କରେ, ତାହାହେଲେ ଏଭଳି କ୍ଷେତ୍ରରେ କେବଳ ଅପରାଧୀ ଦଣ୍ଡ ନପାଇ ଅପରାଧୀ ସହିତ ସାମାଜିକ ଗଣମାଧ୍ୟମ ଗୁଡ଼ିକୁ ମଧ୍ୟ ଦାୟୀ କରାଯିବା ଯୁକ୍ତିସଙ୍ଗତ ।