ଅଣଆମେରିକୀୟ ରାଷ୍ଟ୍ରମାନଙ୍କର ସମ୍ପତ୍ତି


ମହାମେଘବାହନ ଐର ଖାରବେଳ ସ୍ୱାଇଁ : ଗତ ଦଶନ୍ଧିରେ ଆମେରିକାର ଷ୍ଟକ ମାର୍କେଟମାନେ ବିଭିନ୍ନ ପ୍ରକାର ପ୍ରତିଦ୍ୱନ୍ଦ୍ୱିତାକୁ ହଟାଇଲେ  । ଯାହା ଫଳରେ ଅନେକ ପରିବର୍ତ୍ତନ ଆସିଲା ଯାହା ପୃଥିବୀର ବିଭିନ୍ନ ଦେଶର ସମ୍ବଳ ଅପେକ୍ଷା ବହୁ ଅଧିକ ଥିଲା  । ଆମେରିକା ବର୍ତ୍ତମାନ ସମ୍ପତ୍ତି ସୃଷ୍ଟିରେ ସାରା ପୃଥିବୀରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାକୁ ଜାଣିବା ମଧ୍ୟ କଷ୍ଟକର ହୋଇଛି । ଯେତେବେଳେ ବିଭିନ୍ନ ବିଦେଶୀ ବଜାରମାନଙ୍କରେ ଯେଉଁମାନେ ଆମେରିକାର ସମ୍ପତ୍ତି ଅପେକ୍ଷା ଆହୁରି ଅଧିକ ସମ୍ପତ୍ତି ସୃଷ୍ଟି କରୁଛନ୍ତି । କିନ୍ତୁ ଯଦିଓ ଏ ସମ୍ପର୍କରେ ଏହା କୁହାଯାଉଛି ତଥାପି ମଧ୍ୟ ଏହା ପୁରା ସତ୍ୟ ନୁହେଁ ବୋଲି କୁହାଯାଇପାରେ । ଯେଉଁମାନେ ସମ୍ପତ୍ତି ସୃଷ୍ଟି କରନ୍ତି ଏବଂ ଆମେରିକା ବାହାରେ କରନ୍ତି ସେମାନେ ଏହାର ପ୍ରଭାବ ଓ ପ୍ରତିକ୍ରିୟା ଉପରେ ବିଭିନ୍ନ ପ୍ରକାରର ନୂଆ କଥା କହିଥାନ୍ତି । ଉତ୍ପାଦନଠାରୁ ଆରମ୍ଭ କରି ଭାରତରେ ଯେଉଁ ଖଣିଜ ପଦାର୍ଥ ସବୁ ଥାଏ ଏବଂ କାନାଡ଼ା ଏବଂ ୟୁରୋପରେ ପ୍ରତିରକ୍ଷା ପାଇଁ ସେଗୁଡ଼ିକର ଆବଶ୍ୟକତା ହୁଏ ଏବଂ କିଛି ଦେଶମାନେ ରହିଛନ୍ତି ଯେଉଁମାନେ କି ଏ ସମ୍ପର୍କରେ ଚୀନର ଶିଳ୍ପମାନଙ୍କୁ ସମର୍ଥନ କରିଥାନ୍ତି  । କିନ୍ତୁ ସମସ୍ତେ ବିଶ୍ୱାସ କରନ୍ତି ପାରମ୍ପରିକ ବୁଦ୍ଧିରେ ଯେ କୌଣସି ଦେଶ ଆମେରିକାକୁ ଛାଡ଼ିଦେଲେ ଗୋଟିଏ ଶିଳ୍ପଦ୍ୟୋଗୀ ସଂସ୍କୃତି ତିଆରି କରିପାରିଛି ଯାହା ପୃଥିବୀରେ ଅତି ଗୁରୁତର ସମ୍ପତ୍ତି ସୃଷ୍ଟି କରିପାରିବ  ।
 ଏ ସମ୍ପର୍କରେ ଗୋଟିଏ ଭ୍ରମ ଧାରଣା ରହିଛି ଯେ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଟେକ୍ନୋଲୋଜିକୁ ଗୋଡ଼ାଇବା ହେଉଛି ସମ୍ପତ୍ତି ସୃଷ୍ଟି କରିବାର ବାଟ ଆମେରିକାରେ । ଆମେରିକା ଅତି ଆଶ୍ଚର୍ଯ୍ୟଜନକ ଭାବରେ ଏହି ସମ୍ପତ୍ତି ସୃଷ୍ଟି କରିଛି । ପୃଥିବୀରେ ଯେଉଁ ସବୁଠାରୁ ବଡ଼ ୧୦ ଜଣ ଧନୀ ଲୋକ ଅଛନ୍ତି ସେମାନଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ଆମେରିକାରେ । ଏମାନେ ହେଉଛନ୍ତି ପୃଥିବୀର ସବୁଠାରୁ ବଡ଼ କମ୍ପାନୀ । ଗତ ଡିସେମ୍ବର ମାସରୁ ଆମେରିକାର ଶିଳ୍ପପତିମାନେ ୪୦୦୦୦ କୋଟି ଡଲାର ମୂଲ୍ୟର ଲୋକ ସୃଷ୍ଟି କରିଛନ୍ତି ଯେଉଁମାନଙ୍କ ମଧ୍ୟରେ ଏଲନ ମସ୍କ କିଛି କାଳ ପାଇଁ ଜଣେ ଥିଲେ  । ଏହା ମଧ୍ୟରୁ ଗୋଟିଏ କମ୍ପାନୀର ନାମ ହେଉଛି ନିବିଧା ଯାହାର ମୂଲ୍ୟ ହେଉଛି ୪ ଲକ୍ଷ କୋଟି ଡଲାର । ପୃଥିବୀର ସବୁଠାରୁ ୧୦ଟି ବଡ଼ କମ୍ପାନୀମାନଙ୍କ ମଧ୍ୟରୁ ଏବଂ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯେଉଁମାନେ କି ବହୁତ ଅର୍ଥ ନିଜ ଦେଶରେ ହିଁ ରୋଜଗାର କରୁଛନ୍ତି  । ଏପରିକି ଗତ ଦଶନ୍ଧି ମଧ୍ୟରେ ଯେତେବେଳେ ଆମେରିକାର ଷ୍ଟକ ମାର୍କେଟର ଲାଭଗୁଡ଼ିକ ବାସ୍ତବରେ ବହୁତ ଅଧିକ ଥିଲା ଏହାର ପ୍ରତିଦ୍ୱନ୍ଦ୍ୱିମାନେ ସେମାନଙ୍କର ନିଜର ମଧ୍ୟ ଲଢେ଼ଇ ଓ ଉତ୍ପାଦନ ଜାରି ରଖିଥିଲେ । ପୃଥିବୀରେ ଦେଖାଯାଉଛି ଯେ ଏହି କମ୍ପାନୀମାନେ ଯେଉଁମାନଙ୍କ ସଂଖ୍ୟା ୪୪୪ ଅଟେ ପ୍ରତିଦିନ ବହୁ ଅଧିକ ରୋଜଗାର କରୁଛନ୍ତି  । ଅର୍ଥାତ୍‌ ସେମାନେ ୧୫% ଅଧିକ ପ୍ରତ୍ୟେକ ବର୍ଷ ରୋଜଗାର କରିବାରେ ଲାଗିଛନ୍ତି  । ଏହା ଫଳରେ ବିଭିନ୍ନ କମ୍ପାନୀମାନଙ୍କର ମୂଲ୍ୟ ୧୦୦୦୦ କୋଟି ଡଲାରରୁ ଅଧିକ ହୋଇଛି ଆମେରିକାରେ । ଏହି ଦ୍ରୁତଗତିରେ ବଢୁଥିବା ସମ୍ପତ୍ତି ସୃଷ୍ଟି ଏକ ବହୁତ ବଡ଼ କଥା ଅଟେ । ଏହା ବହୁତ ଅର୍ଥ ସୃଷ୍ଟି କରେ ଓ କମ୍ପାନୀମାନଙ୍କର ମଧ୍ୟ ଲାଭ କରିଥାଏ । ଏହି କମ୍ପାନୀଗୁଡ଼ିକ ସାରା ପୃଥିବୀରେ ବ୍ୟାପକ ଭାବରେ ବଢ଼ିଥାନ୍ତି  । ବିଭିନ୍ନ ଦେଶମାନେ ଯେଉଁମାନଙ୍କ ମଧ୍ୟରେ ଜାପାନ, କାନାଡ଼ା, ତାଇୱାନ, ସ୍ୱିଜରଲ୍ୟାଣ୍ଡ ଓ ଜର୍ମାନୀ ପରି ଦେଶମାନେ ଅଛନ୍ତି ସେମାନେ ସେମାନଙ୍କର ପୃଥିବୀର ସମ୍ପତ୍ତି ଉପରେ ଗୋଟିଏ ବହୁତ ବଡ଼ ଭାଗ ରହିଛି । ଏଗୁଡ଼ିକ ମଧ୍ୟ ଚୀନ ସହିତ ତୁଳନୀୟ ଅଟନ୍ତି  । ଚୀନରେ ୩୦ଟି କମ୍ପାନୀମାନେ ଅଛନ୍ତି ଓ ସେମାନେ ଅତି ଗୁରୁତ୍ୱପୂର୍ଣ୍ଣ କମ୍ପାନୀ ଅଟନ୍ତି  । ଭାରତରେ ଗତ ଦଶନ୍ଧିରେ ଏହାର ଷ୍ଟକ ମାର୍କେଟ ବହୁତ ଉପରକୁ ଉଠିଛି ଯାହା ଆମେରିକା ସାଙ୍ଗରେ ଏକ ପ୍ରକାର ତୁଳନୀୟ । ଭାରତ ବିଭିନ୍ନ ଉତ୍ପାଦନ କରିଛି ଯାହା ୬୦% ଉତ୍ପାଦନ ସେ ସମୟରେ କରିପାରିଥିଲା । ଦେଖାଯାଉଛି ଅଧିକାଂଶ କମ୍ପାନୀମାନେ ଉତ୍ପାଦନ କ୍ଷେତ୍ରରେ ଟେକ୍ନୋଲୋଜିକୁ ନେଇ ବଢ଼ିବାରେ ଲାଗିଛନ୍ତି । ଆମେରିକା ହେଉଛି ଏ କ୍ଷେତ୍ରରେ ଅନ୍ୟମାନଙ୍କ ଅପେକ୍ଷା ଅଳ୍ପ କିଛି ଆଗରେ ଥିବା ଦେଶ  । ଏହା ବିଭିନ୍ନ ଦେଶର ଉତ୍ପାଦନକୁ ମଧ୍ୟ ସଂଯୁକ୍ତିକରଣ କରୁଛି । ଏ କ୍ଷେତ୍ରରେ ଏହି କାର୍ଯ୍ୟ କରିବାରେ ସେହି ଦେଶ ଗୋଟିଏ ବଡ଼ ଭୂମିକା ଗ୍ରହଣ କରୁଛି ଯେମିତି ଟିଏସ୍‌ଏମ୍‌ସି ତାଇୱାନର ଓ ଏସ୍‌ଏପି ଜର୍ମାନୀର । ଇତିମଧ୍ୟରେ ପୃଥିବୀର ଅନ୍ୟ ଦେଶମାନେ ଏ ସମ୍ପର୍କରେ ଆମେରିକା ଅପେକ୍ଷା ଟିକେ ଭଲ ସ୍ଥିତିରେ ଅଛନ୍ତି ବୋଲି କୁହାଯାଇପାରେ । ପୃଥିବୀର ଅନ୍ୟ କେତେକ ଦେଶ ଉତ୍ପାଦନ କ୍ଷେତ୍ରରେ ଆମେରିକା ଅପେକ୍ଷା ଆଗରେ ଅଛନ୍ତି ଏବଂ ସେଠାରେ ଆର୍ଥିକ ସ୍ଥିତି ମଧ୍ୟ ଗୋଟିଏ ପରିଷ୍କାର ନେତୃତ୍ୱ ସେମାନଙ୍କୁ ଦେଇଛି । ପୃଥିବୀରେ ଆର୍ଥିକ ଶିଳ୍ପମାନେ ମଧ୍ୟ କେବଳ ଆମେରିକାରେ ନୁହେଁ ଅନ୍ୟ ଦେଶମାନଙ୍କରେ ମଧ୍ୟ ବଡ଼ ଆକାରରେ ଉପରକୁ ଉଠିଛନ୍ତି ଯାହାର ଗୋଟିଏ ବଡ଼ ଉଦାହରଣ ହେଉଛି କୋରିଆ । କୋରିଆ ପୃଥିବୀରେ ରେଳବାଇ ଯନ୍ତ୍ରପାତି ଇତ୍ୟାଦି ତିଆରି କରୁଛି ଏବଂ ସାଉଦି ଆରବିଆରେ ବ୍ୟାଙ୍କ ବ୍ୟବସାୟ ମଧ୍ୟ ବଢ଼ିଛି । ସେମାନେ ଅବଶ୍ୟ ବର୍ତ୍ତମାନ ପୃଥିବୀରେ ଏତେ ବେଶୀ ଦୃଷ୍ଟି ଆକର୍ଷଣ କରିପାରୁନାହାନ୍ତି  । କିନ୍ତୁ ତଥାପି ମଧ୍ୟ ବାସ୍ତବ ସମ୍ପତ୍ତି ସୃଷ୍ଟି କରିଛନ୍ତି । 

ଦୁଇଟି ଅଞ୍ଚଳ ଏଭଳି କଥା ସୃଷ୍ଟି କରିଛନ୍ତି ବୋଲି ସେଥିରେ ଚିନ୍ତା କରିବାର କିଛି ନାହିଁ । ଏଗୁଡ଼ିକ ଆମେରିକା ଅପେକ୍ଷା ୟୁରୋପଠାରୁ ପଛରେ ପଡ଼ିଛନ୍ତି । ଗତ ଥର ଦ୍ରାଘିର ରିପୋର୍ଟ ଦିଆଯାଇଥିଲା । ରିପୋର୍ଟରେ କୁହାଯାଇଥିଲା ଯେ, ଏହି ମହାଦେଶରେ ଖୁବ୍‌ ଭଲ ଅଗ୍ରଗତି ହୋଇନଥିଲା ଯେଉଁଠି ଟେକ୍ନୋଲୋଜିର ପ୍ରଗତି ନ ହୋଇ କିଛି ପରିମାଣରେ ଅଧୋଗତି ହୋଇଥିଲା । ଏଥିରେ କୁହାଯାଇଥିଲା ଯେ, ପୃଥିବୀର ୫୦ଟି ବଡ଼ କମ୍ପାନୀମାନେ ୟୁରୋପରେ ଅଛନ୍ତି । ଏହା ସତ୍ୟ । ୟୁରୋପରେ ଏହିସବୁ କମ୍ପାନୀମାନେ ଅଛନ୍ତି । ତେଣୁ ପୃଥିବୀର ସମ୍ପତ୍ତି ସୃଷ୍ଟି କରିବାରେ ଆମେରିକା ଯେପରି ଆଗକୁ ଯାଇଛି ସେହିଭଳି ଭାବରେ ଆହୁରି କେତେ ଦେଶ ମଧ୍ୟ ଏବେ ଆଗକୁ ଗଲେଣି ଏବଂ ସମ୍ପତ୍ତି ସୃଷ୍ଟିରେ ଆମେରିକାର କେବଳ ଏକନାୟକତ୍ୱ ନାହିଁ ।
ମୋବାଇଲ୍‌ -୯୪୩୭୦୨୦୨୯୦