ଖୁସି ଖବର : କମିଲା ସୁନା ଦର

ଭୁବନେଶ୍ୱର: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। କମିଲା ସୁନାଦର। ଶୀଘ୍ର ଯାଇ ଆଜି କିଣି ନିଅନ୍ତୁ। ଗତକାଲି ଅପେକ୍ଷା ଆଜି ସୁନାଦରରେ ହୋଇଛି ବଡ଼ ପରିବର୍ତ୍ତନ। ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏହାକୁ ନେଇ ଚିନ୍ତାରେ ଗ୍ରାହକ । କିନ୍ତୁ ଆଜି Gold Rate କମିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬ ହଜାର ୦୭୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ ସୁନା ମୂଲ୍ୟ ୭୮ ହଜାର ୯୦୦ ଟଙ୍କା ଛୁଇଁଛି ।
ସେହିପରି ଆଜି Bhubaneswar ରେ ୨୨ କ୍ୟାରେଟ Gold Rate ୭୮ ହଜାର ୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାଦର ୮୬ ହଜାର ୦୭୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୭୮,୯୦୦ ଟଙ୍କା ଓ ୮୬,୦୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୯, ୦୫୦ ଟଙ୍କା ଓ ୮୬, ୨୨୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୮,୯୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୬, ୦୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୮,୯୦୦ ଟଙ୍କା ଓ ୮୬,୦୭୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୦, ୫୦୦ ଟଙ୍କା ହୋଇଛି ।