କୋରେଇରେ ଅଶୋକ ଦାସ ଫାଉଣ୍ଡେସନର ପ୍ରବେଶ: ସୁବାସ, ସିଦ୍ଧାର୍ଥ ଓ ପ୍ରଶାନ୍ତଙ୍କ ହାତରେ ଦାୟିତ୍ୱ 

ପାଣିକୋଇଲି : ପ୍ରାକ୍ତନ ବିଧାୟକ ସ୍ୱର୍ଗତ ଅଶୋକ ଦାସଙ୍କ ନାମରେ ଗଢି ଉଠିଥିବା ଅଶୋକ ଦାସ ଫାଉଣ୍ଡେସନ କୋରେଇରେ ପ୍ରବେଶ କରିଛି । ସ୍ୱର୍ଗତ ଅଶୋକଙ୍କ ନାମରେ ଗଠିତ ଫାଉଣ୍ଡେସନ ଦୀର୍ଘବର୍ଷ ଧରି ସାମାଜିକ କାର୍ଯ୍ୟ କରିଆସୁଥିଲେ ହେଁ ତାହା କେବଳ ଯାଜପୁର ନିର୍ବାଚନ ମଣ୍ଡଳୀରେ ସୀମିତ ରହିଥିଲା । କିନ୍ତୁ ଫାଉଣ୍ଡେସନ ମାଧ୍ୟମରେ ସାମାଜିକ କାର୍ଯ୍ୟକୁ କୋରେଇରେ ବିସ୍ତାରିତ କରିବାକୁ ସଚିବ ତଥା ଯାଜପୁରର ପୂର୍ବତନ ପୈାରପାଳ ଭବ ପ୍ରସାଦ ଦାସ ନେଇଥିବା ନିଷ୍ପତ୍ତି ମତେ ଏହାର ପ୍ରବେଶର ଶୁଭାରମ୍ଭ ହୋଇଛି । କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ, ରସୁଲପୁର ଏବଂ ବ୍ୟାସନଗର ପୈାରାଞ୍ଚଳ ପାଇଁ ସଂଯୋଜକ ନିଯୁକ୍ତ କରାଯାଇଛି । କୋରେଇ ପାଇଁ ସୁବାସ ବଳ, ରସୁଲପୁର ପାଇଁ ପ୍ରଶାନ୍ତ ପଣ୍ଡା ଏବଂ ବ୍ୟାସନଗର ପାଇଁ ସିଦ୍ଧାର୍ଥ ସାମଲଙ୍କ ସଂଯୋଜକ ନିଯୁକ୍ତ ପୂର୍ବକ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏନେଇ ଶୁକ୍ରବାର ସଠିପୁର କଲ୍ୟାଣ ମଣ୍ଡପ ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାଧ୍ୟମରେ ଫାଉଣ୍ଡେସନ ଏବଂ କୋରେଇ ପ୍ରବେଶ ଉପରେ ସୂଚନା ଦେଇଥିଲେ ଯାଜପୁରର ପ୍ରାକ୍ତନ ବିଧାୟକ ତଥା ସ୍ୱର୍ଗତ ଦାସଙ୍କ ସୁପୁତ୍ର ପ୍ରଣବ ପ୍ରକାଶ ଦାସ । କୋରେଇ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କୁ ସେବା ଯୋଗାଇବା ପାଇଁ ଅଶୋକ ଦାସ ଫାଉଣ୍ଡେସନ କାର୍ଯ୍ୟ କରିବ । ଅଶୋକ ଦାସ ଫାଉଣ୍ଡେସନର ମହାସଚିବ ଭବ ପ୍ରସାଦ ଦାସ ନେତୃତ୍ୱ ସେବା କାର୍ଯ୍ୟ ପରିଚାଳିତ ହେବ । ଭକ୍ତ ବସôଳ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, କୋରେଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇ, ସୌଭାଗ୍ୟ ମହାନ୍ତି ଲିଳାବତୀ ସ୍ୱାଇଁ, ବଳରାମ ସାହୁ, ଅଦୈତ ଚରଣ ଦାସ, ନବାବ ବେଗ, ପ୍ରଶାନ୍ତ ପଣ୍ଡା, କୈଳାସ ମିଶ୍ର, ପଙ୍କଜିନୀ ସାହୁ, ଶିବାନନ୍ଦ ନାୟକ, ପୂର୍ଣ୍ଣ ଚନ୍ଦ୍ର ଦାସ, କଳ୍ପନା ପରିଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏକ ସୁସ୍ଥ ସମାଜ ଗଠନ ଦିବରେ ଅବହେଳିତ ଲୋକଙ୍କ ସ୍ୱର ଭାବେ ଅଶୋକ ଦାସ ଫାଉଣ୍ଡେସନ କାର୍ଯ୍ୟକରିବ ବୋଲି ଶ୍ରୀ ଧଳ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ସଫଳ କରିବାରେ ପ୍ରତାପ ମହାନ୍ତି, ତାରକେଶ୍ୱର ମହାନ୍ତି, ରାକେଶ ମହାନ୍ତି, ଜୟନ୍ତ ନାୟକ, ପ୍ରଫୁଲ୍ଲ ଦାସ, ଉମାକାନ୍ତ ମାଝୀ, ସୁବାସ ବଳ. ସନ୍ତୋଷ ସ୍ୱାଇଁ, ବିଶ୍ୱମ୍ଭର ଖୁଣ୍ଟିଆ, ବାବୁଲାଲ ଗୁରୁ, ମନୋଜ ରାଉତ, ଅଶୋକ ମଲ୍ଲିକଙ୍କ ସମତେ ଶତାଧିକ ଯୁବ କର୍ମୀ ଯୋଗ ଦେଇଥିଲେ ।