ଅଣ ସଂକ୍ରମକ ରୋଗର ଚିହ୍ନଟ ଶିବିର
ବାଲେଶ୍ୱର: : ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ, ବାଲେଶ୍ୱର ଓ ସ୍ୱଚ୍ଛୋସେବୀ ଅନୁଷ୍ଠାନ ମେ ଆଇ ହେଲ୍ପ ୟୁର୍ ମିଳିତ ଆୟୋଜନରେ କୁରୁଣିଆ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଅଣ ସଂକ୍ରମକ ରୋଗର ଚିÿହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଏନଏସି ଅଧ୍ୟକ୍ଷା ତନୁଜା ଗିରି ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କାଉନସିଲର ଶକୁନ୍ତଳା ମିଶ୍ର ଓ ଜନସ୍ୱାସ୍ଥ୍ୟ ପ୍ରବନ୍ଧକ ଭବାନୀ ଶଙ୍କର ମହନ୍ତ ଉପସ୍ଥିତ ଥିଲେ । ଏହି ଶିବିରରେ ମଧୁମେହ, ଉଚ୍ଚ ରକ୍ତଚାପ ରୋଗୀ ଚିÿହ୍ନଟ କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । ଡା.ରାମଚନ୍ଦ୍ର କିସ୍କୁ ରୋଗୀ ଚିକିତ୍ସା କରିଥିବାବେଳେ ଉମାରଣୀ ଜେନା, ସ୍ୱର୍ଣ୍ଣଲତା ଜେନା ଓ ଆକାଶ ରଞ୍ଜନ ମୁଦୁଲି ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।