ଦିଲ୍ଲୀରେ ଚମକିଲେ ଖୋ ଖୋ ଖେଳାଳି
ନୀଳଗିରି : ରାଜ୍ୟ ସଚିବାଳୟ କର୍ମଚାରୀ କ୍ରୀଡାସଂଘ ଓ ରାଜ୍ୟ ଏକାଡେମୀ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ଓଡିଶା ସିଭିଲ ସର୍ଭିସ ଖୋ ଖୋ ଟିମ୍ ଗତ ୧୮ତାରିଖ ଦିଲ୍ଲୀର ଚାଣକ୍ୟପୁରି ସ୍ପୋର୍ଟସ କମ୍ଲେକ୍ସରେ ସର୍ବ ଭାରତୀୟ ଖୋଖୋ ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତ ବୈଷ୍ଣବବନ୍ଧ ସରକାରୀ ଜନଜାତି ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ରଜମୋହନ ମାଝୀ ଉଭୟ ପରିଚାଳକ ଏବଂ ପ୍ରଶିକ୍ଷକ ଭାବେ ମନୋନୀତ ହୋଇ ତାଙ୍କ ଅଧୀନରେ ଓଡ଼ିଶାର ଉଭୟ ଟିମ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା । ଉଭୟବର୍ଗ ପ୍ରତିଯୋଗିତାରେ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ପୁରୁଷବର୍ଗ ଲିଗ୍ ମ୍ୟାଚ୍ରେ ଉତ୍ତମ ପ୍ରଦର୍ଶନ କରି କ୍ୱାଟରଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପାରିନଥିଲା । ମାତ୍ର ମହିଳା ଦଳ ସେମିଫାଇନାଲରେ ପହଞ୍ଚଥିଲେ ମଧ୍ୟ ଫାଇନାଲ ଖେଳିବାକୁ ବଞ୍ଚିତ ହୋଇ ତୃତୀୟସ୍ଥାନ ଅଧିକାର କରିଥିଲା । ପ୍ରଥମକରି ମହିଳା ଦଳ ଟୁର୍ଣ୍ଣାମେଣ୍ଟରେ ଭାଗନେଇ ଏଭଳି ଉନ୍ନତ ପ୍ରଦର୍ଶନ କରିଥିବାରୁ ରାଜ୍ୟର କୋଣଅନୁକୋଣରୁ କୋଚ ଶ୍ରୀ ମାଝୀଙ୍କୁ ପ୍ରଶଂସାର ସୁଅ ଛୁଟିଛି ।