ସ୍ତ୍ରୀଙ୍କୁ ମାଡ ମାରି ଘର ଜାଳି ଦେଲା ସ୍ୱାମୀ
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ଗ୍ରାମ ପଞ୍ଚାୟତ ଅଧୀନ କିଶୋର ନଗର ଗ୍ରାମରେ ଜଣେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ଧୁମ ପିଟିବା ପରେ ନିଜ ଘରେ ନିଆଁ ଲଗାଇ ଦେବା ଭଳି ଅଭାବନୀୟ ଘଟଣା ଖଇରା ଆଲୋଡନ ସୃଷ୍ଟି କରିଛି । ପ୍ରକାଶ ଯେ, ଗତ ବୁଧବାର ଅପରାହ୍ନରେ ଗ୍ରାମର ମଧୂସୁଦନ ବାରିକଙ୍କ ସହ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କର ଝଗଡା ହେବା ପରେ ସ୍ୱାମୀଙ୍କ ଠାରୁ ମାଡଗାଳି ଖାଇଲକ୍ଷ୍ମୀପ୍ରିୟା ନିଜ ବାପଘର ସୋର ପଳାଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ମଧୁସୁଦନ ନିଜ ଘରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରକାଶ କୁମାର ଲେଙ୍କା ଅଡା ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ହେଲେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚôବା ପୂର୍ବରୁ ସବୁ କିଛି ସମ୍ପତ୍ତି ପୋଡି ଛାରଖାର ହୋଇ ସାରିଥିଲା । ଉକ୍ତ ବ୍ୟକ୍ତି ଜଣକ ସବୁ ସମୟରେ ସ୍ତ୍ରୀକୁ ମାରପିଟ କରୁଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।