କାଳବୈଶାଖୀ ପ୍ରଭାବ:  ଭାଙ୍ଗିଲା ଗଛ, ଛିଣ୍ଡିିଲା ବିଦୁ୍ୟତ୍ ତାର

 ନୀଳଗିରି: କାଳବୈଶାଖୀ ପ୍ରଭାବରେ ନୀଳଗିରି ଉପଖଣ୍ଡର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା, ଡାଳ ଭାଙ୍ଗିବା ଏବଂ ବିଦୁ୍ୟତ୍ ତାର ଛିଣ୍ଡିଯିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସୂଚନା ଅନୁଯାୟୀ, ନୀଳଗିରି ରାଜାବଗିଚା ଅଞ୍ଚଳରେ ବିଦୁ୍ୟତ୍ ତାର ଛିଣ୍ଡି ଯିବାରୁ ଅଳ୍ପକେ ଅନେକ ଧନଜୀବନ ରକ୍ଷା ପାଇଯାଇଛି । ସେହିପରି ବଣସିମା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଡାଳଭାଙ୍ଗିବା ଏବଂ ଗଛ ଉପୁଡ଼ି ପଡ଼ିଥିବା ଦେଖାଯାଇଛି । ଔପଦା ବ୍ଲକ୍ ବାଉଁଶବଣିଆ ଅଞ୍ଚଳର ଜଗନ୍ନାଥ ମହାରଣାଙ୍କ ଘର ଉପରେ ଏକ ବିରାଟ ନିମ୍ବଗଛ ଉପୁଡ଼ି ପଡ଼ିବା ଫଳରେ ତାଙ୍କର ଗେଟ ଉପରେ ପଡ଼ି କୋଠା ଉପରେ ଲଟକି ରହିଥିବା ଦେଖାଯାଇଛି । ଅନୁରୂପ ଭାବେ ମାନଗଡ ଛକ ଉପରେ ଏକ କଦମ୍ବ ଗଛ ଉପଡି ରାସ୍ତା ଅବରୋଧ କରି ରଖିଥିବା ଜଣାଯାଇଛି । ଏତଦ୍ ଭିନ୍ନ ବିଭିନ୍ନ ସ୍ଥାନରେ ବିଦୁ୍ୟତ୍ ତାର ଛିଣ୍ଡି ଯାଇଥିବା କାରଣରୁ ନୀଳଗିରି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧକାର ହୋଇପଡ଼ିଥିବା ଜଣାଯାଇଛି । ଦମକଳବାହିନୀ ଅଧିକାଂଶ ଘଟଣା ସ୍ଥଳରେ ପହଞ୍ଚô ରାସ୍ତାରୁ ଗଛକାଟି ଥିବା ବେଳେ ଏବେ ବି ଅଧିକାଂଶ ସ୍ଥାନରେ ଗଛ ପଡ଼ିରହିଥିବା ସୂଚନା ମିଳିଛି ।