ଅତ୍ୟାଧୁନିକ ମସô୍ୟ ଚାଷୀ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର: ମସô୍ୟ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଚାଷୀ ପାଇବେ ଶିକ୍ଷା

 ଭୁବନେଶ୍ୱର : ଅତ୍ୟାଧୁନିକ ସମନ୍ୱିତ ମସô୍ୟ ଚାଷୀ ତାଲିମ କେନ୍ଦ୍ରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଭୁବନେଶ୍ୱର କୌଶଲ୍ୟାଗଙ୍ଗ ସରକାରୀ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି  । ମସô୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗୀ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି, ମସô୍ୟଚାଷୀ, ଉଦ୍ୟଗୀ ଏବଂ ମସô୍ୟ ଅଧିକାରୀମାନଙ୍କୁ ଉନ୍ନତ ମସô୍ୟ ପ୍ରଯୁକ୍ତିବିଦ୍ୟା ଓ ଆଧୁନିକ କୌଶଳ ବିଷୟରେ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ  । ଫଳରେ ମାଛ ଉତ୍ପାଦନ ବହୁଗୁଣିତ ହେବା ସହ ମସô୍ୟଚାଷୀଙ୍କ ଜୀବନ-ଜୀବିକା ଅଧିକ ସୁରକ୍ଷିତ ହୋଇପାରିବ  । ମାଛ ଚାଷରେ ଓଡିଶାକୁ ଏକ ନମ୍ବର ରାଜ୍ୟ ଭାବେ ପ୍ରତିପାଦିତ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ନିଦେ୍ର୍ଦଶ କ୍ରମେ “ଅତ୍ୟାଧୁନିକ ସମନ୍ୱିତ ମସô୍ୟ ଚାଷୀ ତାଲିମ କେନ୍ଦ୍ର”ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି  । ଏହି ଦୂରଦୃଷ୍ଟିକୁ ସାକାର କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୧୫ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି  । ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ରର କାର୍ଯ୍ୟ ଆସନ୍ତା ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି  । ତିନି ମହଲା ବିଶିଷ୍ଟ ଏହି ପ୍ରଶିକ୍ଷଣ ଭବନରେ ୧୨୦ କ୍ଷମତା ବିଶିଷ୍ଟ ସମ୍ମିଳନୀ କକ୍ଷ, ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ପରୀକ୍ଷାଗାର, ପାଠାଗାର, କର୍ମଚାରୀ କକ୍ଷ, ଅତିଥି କକ୍ଷ, ଅଭ୍ୟର୍ଥନା କକ୍ଷ, ଭୋଜନାଳୟ, ଯାନ ରହଣି ସ୍ଥାନ ପାଇଁ ସୁବିଧା ରହିବ  । ପ୍ରତି ବ୍ୟାଚ୍ରେ ୧୦୦ ଜଣ ପ୍ରଶିକ୍ଷାର୍ଥୀ ଏଠାରେ ପ୍ରଶିକ୍ଷଣ ନେଇ ପାରିବେ  । ମସô୍ୟ ଚାଷୀ, ଉଦ୍ୟଗୀ, ମସô୍ୟ ଅଧିକାରୀମାନେ ଉନ୍ନତ ଆଧୁନିକ ମାଛ ଚାଷ ପଦ୍ଧତି ଏବଂ ଜ୍ଞାନ କୌଶଳ ଉପରେ ପ୍ରଶିକ୍ଷଣ ପାଇବା ଫଳରେ ଆମର ମାଛ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଚାଷୀଙ୍କ ଆୟ ବହୁଗୁଣିତ ହୋଇପାରିବ  ।