ରାଜ୍ୟସ୍ତରୀୟ ହକି ଲେଭେଲ-୧ ଅମ୍ପାୟାରିଂ ପରୀକ୍ଷା : ପାରାଦୀପର ୭ ଛାତ୍ରଛାତ୍ରୀଙ୍କ ସଫଳତା

 ପାରାଦୀପ : କଳିଙ୍ଗ ଷ୍ଟାଡିୟମ୍ ପରିସରରେ ୨୪ ମଇ ଠାରୁ ୨୬ ମଇ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ତଥା ଓଡିଶା ନାଭାଲ ଟାଟା ହକି ମିଳିତ ଭାବେ ଆୟୋଜିତ ରାଜ୍ୟସ୍ତରୀୟ ହକି ଲେଭେଲ-୧ ଅମ୍ପାୟରିଂ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାର ସଫଳ ହୋଇଥିବା ୭ଜଣ ଛାତ୍ରଛାତ୍ରୀ ହେଲେ ସର୍ବଶ୍ରୀ ଆୟୁଷ କୁମାର, ସତ୍ୟ ସୁବ୍ରତ ଜେନା,  ବିନୟ କୁମାର ଖିଲାର, ସମ୍ବିତ ବିଶ୍ୱଭୂଷଣ, କୁମାରୀ ଚିନ୍ମୟୀ ପ୍ରଧାନ, କୁମାରୀ ସୁହାନି ରାଉତ, କୁମାରୀ ସଂଚିତା ସ୍ୱାଇଁ  । ଏହି ୭ ଜଣ ସଫଳ ହକି ଖେଳାଳି ପିପିଏଲ, ପାରାଦ୍ୱୀପର ଟାଟା ହକି ଗ୍ରାସ ରୁଟ କେନ୍ଦ୍ରର ଖେଳାଳି ତଥା ଡିଏଭି ପବ୍ଲିକ ସ୍କୁଲ, ପିପିଏଲ ପାରାଦ୍ୱୀପର ଛାତ୍ରଛାତ୍ରୀ ଅଟନ୍ତି । ଏମାନଙ୍କ ସଫଳତା ପାଇଁ ଜିଲ୍ଲାର କ୍ରୀଡା ଅଧିକାରି ବିଶ୍ୱ ବିଜୟିନୀ ପଟ୍ଟନାୟକ, ଡିଏଭି ପିପିଏଲ ପାରାଦ୍ୱୀପର ଅଧକ୍ଷ ଶ୍ରୀ ସଂଜୀବ କୁମାର ସାହୁ ତଥା ଡଏଭି ପିପିଏଲ ପାରାଦ୍ୱୀପର ତଥା ସେଣ୍ଟର୍ କୋର୍ଡିନେଟର ଶାଶ୍ୱତ କୁମାର ଭାରତୀୟ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।