ପାରାଦୀପ ପୋର୍ଟ  ଶ୍ରମିକ କର୍ମଚାରୀ ୟୁନିୟନର ସାମ୍ବାଦିକ ସମ୍ମିଳନୀ: ‘ଶ୍ରମିକଙ୍କ ହକ୍ ପାଇଁ ସଂଗ୍ରାମ ଜାରି ରହିବ’ 

 ପାରାଦୀପ : ଏପ୍ରିଲ  ୭ ତାରିଖରେ  ଅନୁଷ୍ଠିତ  ସାଧାରଣ ବୈଠକର ନିଷ୍ପିତିକ୍ରମେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି  ପାରାଦୀପ ପୋର୍ଟ ଶ୍ରମିକ କର୍ମଚାରୀ ୟୁନିୟନର ମୁଖ୍ୟ ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି   । ଏହି ପରିପ୍ରେକ୍ଷୀରେ  ୟୁନିୟନର  ସାଧାରଣ ସମ୍ପାଦକ  ଜ୍ୟୋତି ରଞ୍ଜନ ସାହୁଙ୍କ ପକ୍ଷରୁ ଆହୁତ  ଏକ ସାମ୍ବାଦିକ ସମ୍ମିଳନୀ  ରବିବାର ସଂଧ୍ୟାରେ ଆଜି  ହୋଟେଲ ଇଂଟର ନ୍ୟାସନାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି  ।  ସମ୍ମିଳନୀ ଆରମ୍ଭରେ   ୟୁନିୟନର କାର୍ଯ୍ୟକାରୀ ସଭାପତି ଇଂ.ସୁଧାକର ମନ୍ତ୍ରୀ   ୟୁନିୟନର  ମୁଖ୍ୟ ଉପଦେଷ୍ଟା  ସତ୍ୟ  ସାରଥୀ ମହାନ୍ତିଙ୍କ ପରିଚୟ ପ୍ରଦାନ କରିବା ସହିତ ନିକଟ ଭବିଷ୍ୟତରେ ସେ ୟୁନିୟନର ସଭାପତି ହେବାକୁ ଯାଉଥିବା ନେଇ ସୂଚନା ଦେଇଥିଲେ । ଏହି ଅବସରରେ ପାରାଦୀପ ବନ୍ଦରରେ କିଭଳି  ଅଣଓଡିଆ କମ୍ପାନୀ ଗୁଡିକରେ ଶ୍ରମ ଆଇନକୁ ଖୋଲମଖୋଲା ଉଲଘଂନ କରାଯାଉଛି, ଉଦେ୍ଦଶ୍ୟମୂଳକ ଭାବେ  ଶ୍ରମିକମାନଙ୍କୁ କାମରୁ ତଡି ଦିଆଯାଉଛି,  ଏ ଦିଗରେ ବନ୍ଦର କର୍ତୃପକ୍ଷ   ସବୁକିଛି  ଅବଗତ ଥିଲେ ହେଁ ମୈାନ ବ୍ରତ ଅବଲମ୍ବନ କରି ଆସୁଛନ୍ତି  ।  ଯାହାର ଫଳସ୍ୱରୂପ   ନିଜର ହକ ପାଇଁ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ  କରୁଥିବା ପାରାଦୀପ ପୋର୍ଟ ଶ୍ରମିକ କର୍ମଚାରୀ ୟୁନିୟନର  ଆନେ୍ଦାଳନ ଭଣ୍ଡୁର କରିବା ଉଦେ୍ଦଶ୍ୟରେ  ତକ୍ରାଳୀନ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ  ରାହୁଲ ପି.ଆରଙ୍କୁ ମୋଟା ଅଙ୍କର  ଉକ୍ରୋଚରେ ବଶୀଭୂତ କରି  ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ  ପ୍ରାଇଭେଟ ଲିମିଟେଡ (ପିଆଇସିଟି) ପାରାଦୀପ ଆଦର୍ଶ ଥାନାରେ ମିଥ୍ୟା ମାମଲା ରୁଜୁ   କରାଇ  ୨୦୨୩ ମସିହା ଡିସେମ୍ବର  ୧୧ ତାରିଖରେ   ୟୁନିୟନର ୫ ଜଣ କର୍ମକର୍ତା ଓ ୧୨ ଜଣ (ମୋଟ ୧୭ ଜଣ)ଙ୍କୁ  ପୁଲିସ ରାତି ଅଧିଆ ଘରୁ ଉଠାଇ ନେଇ  ଜେଲ ପଠାଇ ଦେଇଥିଲା  । ଜେଲରୁ ଫେରିବା ପରେ ୟୁନିୟନର  ଉକ୍ତ  ୧୨ ଜଣ ଶ୍ରମିକଙ୍କୁ ପିଆଇସିଟି  କାମ ଦେବା ବନ୍ଦ  କରିଦେବା ସହିତ  ୟୁନୟନର ଅନ୍ୟ ୫ ଜଣ ଶ୍ରମିକଙ୍କୁ ମଧ୍ୟ  ବେଆଇନ ଭାବେ କାମରୁ  ବାହାର କରି ଦେଇଛି  । ଏ ସମ୍ପର୍କରେ ବନ୍ଦର କର୍ତ୍ତୃପକ୍ଷଙ୍କ ଦୃଷ୍ଟି  ଆକର୍ଷଣ କରିବା ସତ୍ୱେ  କୌଣସି ସୁଫଳ ମିଳି ପାରି ନ ଥିବା ଶ୍ରୀ ମନ୍ତ୍ରୀ କ୍ଷୋଭର ସହ ପ୍ରକାଶ କରିଥିଲେ  ।   ଅପର ପକ୍ଷେ ୟୁନିୟନର  ମୂଖ୍ୟ ଉପଦେଷ୍ଟା ଭାବେ  ଦାୟିତ୍ୱ ଗ୍ରହଣ କରିଥିବା ବିଜେପି ନେତା ସତ୍ୟ ସାରଥୀ ମହାନ୍ତି କହିଲେ,  ଯେଉଁ ଆଶା, ଭରସା ନେଇ ମୋତେ ୟୁନିୟନର ଉପଦେଷ୍ଟା ଭାବେ ଗ୍ରହଣ କରିଛନ୍ତି, ସେ ଆଶା କେବେ ବୃଥା ଯିବ ନାହିଁ ।  ନୀତି ଓ ଆଦର୍ଶର୍ ବିଚାରଧାରରେ ଚାଲି ଆସୁଥିବା ଡବଲ ଇଞ୍ଜିନ ସରକାର ଗରୀବ, ଖଟିଖିଆଙ୍କୁ ନ୍ୟାୟ ଦେବାକୁ ବଦ୍ଧ ପରିକର  । ବେଆଇନ ଭାବେ ଛଟେଇ ଶ୍ରମିକ  ୧୭ ଜଣଙ୍କୁ  ପିଆଇସିଟିରେ  ପୁନଃ ନିଯୁକ୍ତି  ଦିଆଇବା ପ୍ରୟାସ ଜାରି ରହିବ, ଏ ଦିଗରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ବ୍ୟକ୍ତିଗତ ଆଲୋଚନା କରିବି, ଆବଶ୍ୟକ ପଡଲେ ଏ ସମ୍ପର୍କରେ  ଓଡିଶାର  ମୁଖ୍ୟମନ୍ତ୍ରୀ  ଓ କେନ୍ଦ୍ର ମନ୍ତ୍ରୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିବେ ବୋଲି  ୟୁନିୟନର ଉପଦେଷ୍ଟା ସତ୍ୟ ସାରଥୀ ମହାନ୍ତି  ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ  ୟୁନିୟନର  ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ବିକ୍ରମ ସିଂହ ମହାରଣା, ସଞ୍ଜୟ କୁମାର ମୁଦୁଲି, ରାଜେଶ କୁମାର ପାତ୍ର ପ୍ରମୂଖ  ମଞ୍ଚରେ ଉପସ୍ଥିତ ଥିବା ବେଳେ   ୟୁନିୟନର  ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ  ।