ଅଧପନ୍ତରିଆ ମିଶନ ଶକ୍ତି ଗୃହ 


 ଟମକା: ଦାନଗଦୀ ବ୍ଲକ୍ ଅନ୍ତର୍ଗତ କିଆଝର ମିଶନ ଶକ୍ତି ଗୃହ ଅଧପନ୍ତରିଆ ହୋଇ ପଡିରହିଛି । ଠିକାଦାର ଗୃହର ୩୦ ପ୍ରତିଶତ ଭାଗ କାର୍ଯ୍ୟ  କରି ଛୁ ମାରିଥିବା ଦେଖିବାକୁ ମିଳିଛି । ତେବେ ଜିଲା ଖଣିଜ ନ୍ୟାସ ପାଣ୍ଠିରୁ ପାଖାପାଖି ୫୦ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ ହେବାକୁ ଥିବା ଏହି ଗୃହ ନିର୍ମାଣରେ ପ୍ରଥମରୁ ବହୁ ଅନିୟମିତତା ଦେଖାଯାଇଥିଲା । କାର୍ଯ୍ୟାଦେଶ ହାତେଇଥିବା ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିବାର ଖବର ପାଇ ସ୍ଥାନୀୟ କିଛି ଯୁବକ ଏହାକୁ ବିରୋଧ କରି କାର୍ଯ୍ୟ ବନ୍ଦ ରଖିଥିଲେ । ପରବର୍ତ୍ତି ସମୟରେ ସମ୍ପୃକ୍ତ ଠିକାଦାର ନୀୟମ ମୁତାବକ କାର୍ଯ୍ୟ କରିବାର ପ୍ରତିଶ୍ରୁତି ଦେବା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହର ଛାତ ପଡି ଯାଇଥିବା ବେଳେ ସମ୍ମୁଖ ଭାଗରେ ନିର୍ମାଣ ହେବାକୁ ଥିବା ହଲ କାର୍ଯ୍ୟ ଆରମ୍ଭ ହୋଇ ବନ୍ଦ ରହିଛି । ଯାହା ଫଳରେ ଏହି ହଲର ପିଲାରରେ ବ୍ୟବହୃତ ରଡ ବର୍ଷା ପାଣି ଖାଇ ନଷ୍ଟ ହେଉଥିବାର ଦେଖାଯାଇଛି । ତେବେ ଇତି ମଧ୍ୟରେ ବିଜୁ ଜନତା ଦଳକୁ ପରାଜିତ କରି ମୋହନ ସରକାର ରାଜ୍ୟ ଶାସନ ଭାର ଗ୍ରହଣ କରିଥିବା ବେଳେ ଅଧପନ୍ତରିଆ ଭାବେ ପଡି ରହିଥିବା ଏହି ମିଶନ ଶକ୍ତି ଗୃହ କାର୍ଯ୍ୟ କେବେ ସମାପନ