ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ଖୋର୍ଦ୍ଧା: ପରଷ୍ପର ମଧ୍ୟରେ ଭାବ ର ଆଦାନ ପ୍ରଦାନ ପାଇଁ ଭାଷାର ଆବଶ୍ୟକତା ରହିଛି । ମାତୃଭାଷା ମାଧ୍ୟମ ରେ ଆମେ ନିଜେ ନିଜର ପରିଚୟ ସୃଷ୍ଟି କରିପାରିବ । ଶିକ୍ଷା କ୍ଷେତ୍ରରେ ନିଜ ମାତୃଭାଷାର ଗୁରୁତ୍ୱ ଉପଲବ୍ଧି କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ପ୍ରଦାନ କରି ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଥିଲା । ଶିକ୍ଷୟିତ୍ରୀ ସୁମିତା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ସ୍କୁଲ ପ୍ରତିଷ୍ଠାତା ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଏବଂ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଯୋଗଦେଇ ନିଜ ମାତୃଭାଷାର ସଂଜ୍ଞା ଏବଂ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନ୍ତର୍ଜାତୀୟ ମାତୃଭାଷା ସଂଜ୍ଞା ସମ୍ପର୍କିତ ବକ୍ତୃତା, ଓଡ଼ିଆ ଭାଷାରେ ସମ୍ବାଦ ପତ୍ର ପଠନ, ପୁସ୍ତକ ପଠନ, ଓଡ଼ିଶାର ୩୦ଟି ଜିଲ୍ଲା ସମ୍ପର୍କ ରେ ଶ୍ରୁତଳିଖନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନିଜ ମାତୃଭାଷାର ପରିଚୟ ଭବିଷ୍ୟତରେ ସବୁ କ୍ଷେତ୍ର ରେ ପ୍ରଦାନ କରିବାକୁ ଅନୁଷ୍ଠାନ ନିଦେ୍ର୍ଧଶକ ଶପଥ କରାଇଥିଲେ ।