ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା : ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧିନତା ଦିବସ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ରାଜଧାନୀ ପରିସର ଭୁକ୍ତ ହୋଇଥିବାରୁ ଦିବସକୁ ଆକର୍ଷଣୀୟ ଭାବେ ପାଳନ କରିବା ନିମନ୍ତେ ଅଧ୍ୟକ୍ଷ ସମସ୍ତଙ୍କ ମତାମତ ଲୋଡିଥିଲେ । ଡାକବାଜି ଯନ୍ତ୍ର ଯୋଗେ ଖୋର୍ଦ୍ଧା ପୌର ପରିଷଦ ଅଞ୍ଚଳରେ ରାମ ଧୁନ୍ ପ୍ରଚାର କରାଯିବ । ପ୍ରାଥମିକ ସ୍କୁଲ ପିଲାଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ଫ୍ୟାନ୍ସି ଡ୍ରେସ ଓ ଚିତ୍ରାଙ୍କନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ, ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ, ସାଂସ୍କୃତିକ ଦଳ ଚୟନ ପ୍ରତିଯୋଗିତା ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଅନୁଷ୍ଠିତ ହେବ । ଜିଲ୍ଲାର ସମସ୍ତ ପୌରପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତୀରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ମାଲ୍ୟାର୍ପଣ କରିବେ ।
ସ୍ୱାଧୀନତା ଦିବସ ଦିନ ସକାଳ ୭.୩୦ରେ ବିଭିନ୍ନ ସରକାରୀ, ବେସରକାରୀ, ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ ।ଜିଲ୍ଲାସ୍ତରୀୟ ମୁଖ୍ୟ ଉତ୍ସବ ବିଜେବି ହାଇସ୍କୁଲ ରେ ୦୯.୧୫ ସମୟରେ ମୁଖ୍ୟଅତିଥି ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜାତି ଉଦେ୍ଦଶ୍ୟରେ ନିଜର ବାର୍ତ୍ତା ପ୍ରଦାନ କରିବେ । ସେହିପରି ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗୀୟ କାର୍ଯ୍ୟ ସମ୍ପାଦନ କରିବାକୁ ଅଧ୍ୟକ୍ଷ ନିଦେ୍ର୍ଦଶ ଦେବା ସହ ଜାତୀୟ ପତାକାକୁ ସନ୍ଧ୍ୟା ୬ ଟା ପୂର୍ବରୁ ନିଶ୍ଚିତ ଉପଯୁକ୍ତ ସମ୍ମାନ ପୂର୍ବକ ଅବତରଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର ମଞ୍ଚାସୀନ ଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ଆଇନଜୀବୀ ସଂଘ ସଭାପତି ଜୀବନ ଜ୍ୟୋତି ମିଶ୍ର, ସର୍ଜେଣ୍ଟ ରିଜର୍ଭ ପୁଲିସ ସୌମ୍ୟ ରଞ୍ଜନ ବରାଳ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ରଞ୍ଜନ ମିତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଗୀତାଞ୍ଜଳୀ ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର,ନ ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ, ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ, ଇଂ. ଶିବଲାଲ ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।