ଅନ୍ତର୍ଜାତୀୟ ଯୋଗ ଦିବସ: ଭୁବନେଶ୍ୱରରେ ମୋହନ, କଟକରେ କେଭି
ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗଦିବସ । ଏଥିଲାଗି ସାରା ବିଶ୍ୱରେ ପ୍ରସ୍ତୁତି ପ୍ରଣାଳୀ ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶ କ୍ରମେ ରାଜ୍ୟରେ ମଧ୍ୟ ଏନେଇ ପ୍ରସ୍ତୁତି କରାଯାଇଛି । ରାଜ୍ୟର ବିଭିନ୍ନ ନେତା ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାରେ ଯୋଗ ଦେଇ ଯୋଗାଭ୍ୟାସ କରିବା ସହ ଜନତାଙ୍କୁ ବିଶ୍ୱ ଯୋଗ ଦିବସର ତାତ୍ପର୍ଯ୍ୟ ଓ ଏହାର ସୁଫଳ ବିଷୟରେ ବୁଝାଇବେ । ଏହି କ୍ରମରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ କଟକରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପୁରୀରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଝାରସୁଗୁଡ଼ାରେ ମନ୍ତ୍ରୀ ସୁରେଶ ପୁଜାରୀ, ସମ୍ବଲପୁରରେ ମନ୍ତ୍ରୀ ରବି ନାରାୟଣ ନାୟକ, କନ୍ଧମାଳରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଖେଶର୍ଦ୍ଧାରେ ମନ୍ତ୍ରୀ ପୃଧ୍ୱୀରାଜ ହରିଚନ୍ଦନ, ଅନୁଗୁଳରେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗଞ୍ଜାମରେ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବାରିପଦାରେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ଭୁବନେଶ୍ୱରର ଅନ୍ୟ ଏକ ସ୍ଥାନରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କେନ୍ଦ୍ରାପଡ଼ାରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ନୟାଗଡ଼ରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଜଗତସିଂହପୁରରେ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗ ଦେଇ ବିଶ୍ୱ ଯୋଗ ଦିବସର ତାତ୍ପର୍ଯ୍ୟ ବଖାଣିବେ । ଏହାସହ ଆୟୋଜିତ ହେବାକୁ ଥିବା ଯୋଗାଭ୍ୟାସରେ ଭାଗ ନେବେ ।