ସିଏମଙ୍କ ଘୋଷଣା: ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ମିଳିବ ଭତ୍ତା
ଭୁବନେଶ୍ୱର: ଶୁକ୍ରବାର କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟ ସରକାର ‘କୁଟୁମ୍ବ’ ଯୋଜନାରେ ଏହି ଭତ୍ତା ପ୍ରଦାନ କରିବେ । ଏନେଇ ଖୁବଶୀଘ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିିହ୍ନଟ କରାଯିବ ।